ଟିମ୍ ଇଣ୍ଡିଆର ଅଧିନାୟକ । କ୍ରିଜରେ ନିଜ ବ୍ୟାଟିଂରେ କ୍ରିକେଟ କଥା କହୁଥିବା ବିରାଟ କୋହଲି । ନିଜର ମା ଙ୍କ ସହ ପ୍ରେମିକା ଅନୁଷ୍କାଙ୍କୁ ଭିନ୍ନ ଅନ୍ଦାଜରେ ଜଣାଇଛନ୍ତି ମହିଳା ଦିବସର ଶୁଭେଚ୍ଛା ।
ଇନଷ୍ଟାଗ୍ରାମରେ ମା’ ସରୋଜ କୋହଲି ଓ ଗର୍ଲଫ୍ରେଣ୍ଡ ଅନୁଷ୍କା ଶର୍ମାଙ୍କୁ ଏକା ସାଥିରେ ଏକ ଫଟୋ ପୋଷ୍ଟ କରିଛନ୍ତି ଏବଂ ସେଥିରେ ଲେଖିଛନ୍ତି – “ଏ ମହିଳା ଦିବସରେ ସବୁ ମହିଳାଙ୍କୁ ଶୁଭ କାମନା । ମୋ ଜୀବନରେ ସାମିଲ୍ ମୋ ପାଇଁ ଦୁଇ ଶକ୍ତିଶାଳୀ ମହିଳା ହେଲେ ମୋ ମା ଓ ଅନୁଷ୍କା । ମା ସର୍ବଦା କଠିନ ସମୟରେ ମୋର ଯତ୍ନ ନେଇଛନ୍ତି ଆଉ ଅନୁଷ୍କା ସବୁବେଳେ ଭଲ ଲୋକଙ୍କ ସପକ୍ଷରେ ଯାଇଛନ୍ତି ” । ଏକ ଫଟୋ କଲେଜରେ ସେୟାର କରି କୋହଲି ଖୁବ୍ ତାରଫ୍ କରିଛନ୍ତି ନିଜ ମା ଓ ଗର୍ଲଫ୍ରେଣ୍ଡଙ୍କୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/virat.jpg)