ଗଜେନ୍ଦ୍ର ଚୈାହାନଙ୍କ ସ୍ଥାନରେ ଅନୁପମ ଖେର୍ ! ଏଫଟିଆଇଆଇର ନୂଆ ଚେୟାରମ୍ୟାନ ହେଲେ ଏହି ପ୍ରସିଦ୍ଧ କଳାକାର

48

ବଲିଉଡ କଳାକାର ଅନୁପମ ଖେରଙ୍କୁ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ( ଏଫଟିଆଇଆଇ)ର ନୂଆ ଚେୟାରମ୍ୟାନ ଭାବେ ନିଯୁକ୍ତ କରାଯାଇଛି । ସେ ଗଜେନ୍ଦ୍ର ଚୈାହାନଙ୍କ ସ୍ଥାନରେ ନିଯୁକ୍ତ ହେବେ । ସୂଚନା ଯେ, ଚୈାହାନଙ୍କ ନିଯୁକ୍ତି ଖୁବ୍ ବିବାଦିତ ଥିଲା । ଗଜେନ୍ଦ୍ର ଚୈାହାନ ଅନୁପମ ଖେରଙ୍କୁ ଚେୟାରମ୍ୟାନ କରିବା ନେଇ ଖୁସି ବୋଲି କହିଛନ୍ତି । ଏହି ସଂସ୍ଥାନ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଅଧୀନରେ ଅଛି ।

୫୦୦ରୁ ଅଧିକ ଫିଲ୍ମରେ କାମ କରିସାରିଥିବା ଅନୁପମ ଖେର୍ ଅନେକ ବିଦେଶୀ ଫିଲ୍ମରେ ମଧ୍ୟ ନିଜର ଦମଦାର ଅଭିନୟର କରିସ୍ମା ଦେଖାଇଛନ୍ତି । ଆଉ ଅନେକ ପ୍ରଶଂସା ସାଉଁଟିଛନ୍ତି । ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମାରେ ଆକ୍ଟିଂର ପ୍ରଶିକ୍ଷଣ ନେଇଥିବା ଅନୁପମଙ୍କର ଥିଏଟରବି ଅଭିଜ୍ଞତା ରହିଛି । ଅନୁପମ ଖେରଙ୍କର ପତ୍ନୀ ଓ ବିଜେପି ସାଂସଦ କିରଣ ଖେର୍ ମଧ୍ୟ ଏହି ନିଷ୍ପତ୍ତିରେ ଖୁସି ଅଛନ୍ତି । ସେ ଟାଇମ୍ସ ନାଓ ଚ୍ୟାନେଲ ସହ କଥାବାର୍ତ୍ତା ରେ କହିଛନ୍ତି, ‘ମୋତେ ଅନୁପନ ଖେରଙ୍କୁ ନେଇ ବହୁତ ଗର୍ବ ଅନୁଭବ ହେଉଛି । ସେ ଭଲଭାବେ ଏହି ଭୂମିକାକୁ ତୁଲାଇପାରିବେ । ମୁଁ ସରକାର ଓ ମୋଦି ଜୀଙ୍କୁ ଧନ୍ୟବାଦ ଦେଉଛି ।’ ଆଉ ମଧ୍ୟ କିରଣ ଖେର କହିଛନ୍ତି କୈାଣସି ସଂସ୍ଥାର ଅଧ୍ୟକ୍ଷ ପଦ କଣ୍ଟକିତ ସିଂହାସନ ସହ ସମାନ ।

ଉଲ୍ଲେଖନୀୟ ଯେ, ନିକଟରେ ସରକାର ସେନସର ବୋର୍ଡର ଚେୟାରମ୍ୟାନ ପହଲାଜ ନିହଲାନୀଙ୍କୁ ହଟାଇ ପ୍ରସୂନ ଯୋଶୀଙ୍କୁ ଦାୟିତ୍ୱ ଦେଇଛନ୍ତି । ନିହଲାନୀ ମଧ୍ୟ ଦୀର୍ଘ ସମୟ ଧରି ବିବାଦରେ ରହିଥିଲେ । ସୁଭାଷ ଘାଇ, ମଧୁର ଭଣ୍ଡାରକର, ଅଶୋକ ପଣ୍ଡିତ ସହିତ ଅନେକ ନିର୍ଦ୍ଦେଶକ ଅନୁପମଙ୍କୁ ଏଫଟିଆଇଆଇର ଅଧ୍ୟକ୍ଷ ପଦ ଦେବା ନେଇ ନିଜର ଖୁସି ଦର୍ଶାଇଛନ୍ତିି । ସୁଭାଷ ଘାଇ କହିଛନ୍ତି , ‘ସେ ଏହି ପଦ ପାଇଁ ଉପଯୁକ୍ତ ବ୍ୟକ୍ତି ଅଟନ୍ତି । ଏବଂ ମୁଁ ଏହାର ସ୍ୱାଗତ କରୁଛି । ଯିଏ ଆପଣଙ୍କୁ ଗାଇଡ୍ କରିବେ ସେ ଭଲ ହେବା ଉଚିତ୍ । ଅନୁପମ ଜଣେ ଭଲ ଶିକ୍ଷକ ଭାବେ ନାଁ କରିବେ ।’ ମଧୁର ଭଣ୍ଡାରକର କହିଛନ୍ତି , ‘ସେ ଷ୍ଟୁଡେଂଟଙ୍କୁ ବହୁତ କିଛି ଶିଖାଇବେ ଏବଂ ସଂସ୍ଥାନକୁ ବହୁ ଶୀର୍ଷକୁ ନେଇଯିବେ । ’

ଗଜେନ୍ଦ୍ର ଚୈାହାନଙ୍କୁ ଜୁନ୍ ୨୦୧୫ରେ ଏଫଟିଆଇଆଇର ନୂଆ ଚେୟାରମ୍ୟାନ ନିଯୁକ୍ତ କରାଯାଇଥିଲା । କିନ୍ତୁ ଜଏନିଂ ଲେଟର ମିଳିବା ପୂର୍ବରୁ ଛାତ୍ରଛାତ୍ରୀମାନେ ତାଙ୍କର ନିଯୁକ୍ତିକୁ ବିରୋଧ କରିଥିଲେ । ସେମାନଙ୍କର ଦେଶବ୍ୟାପୀ ଆନ୍ଦୋଳନ ଏକ ରାଜନୈତିକ ରୂପ ନେଇଥିଲା । ଏଫଟିଆଇଆଇ କ୍ୟାମ୍ପସରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ୍ ଗାନ୍ଧି ବିରୋଧ କରୁଥିବା ଛାତ୍ରଙ୍କ ସହ ମିଶି ପ୍ରତିନିଧି ମଣ୍ଡଳ ସହ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସହ ସାକ୍ଷାତ କରି ଏଥିରେ ହସ୍ତକ୍ଷେପ କରିବାକୁ ଦାବି କରିଥିଲେ । ୬ମାସର ବାଦବିବାଦ ପରେ ଅଭିନେତା ଗଜେନ୍ଦ୍ର ଚୈାହାନ ଏହାର ଅଧ୍ୟକ୍ଷ ହୋଇଥିଲେ ।

(ସୌଜନ୍ୟ-ନବଭାରତ ଟାଇମ୍ସ)