ମ୍ୟାଡାମ୍ ତୁସାଦ୍ ମ୍ୟୁଜିୟମରେ ବଲିଉଡ ଅଭିନେତା ! ମହମ ପ୍ରତିମୂର୍ତ୍ତୀରେ ଝଲସିବେ ବରୁଣ ଧୱନ

74

ପ୍ରଶଂସକଙ୍କ ପାଇଁ ଖୁସି ଖବର । ବଲିଉଡ ଅଭିନେତା ବରୁଣ ଧୱନ ସ୍ଥାନ ପାଇବେ ହାଙ୍ଗକାଙ୍ଗ ସ୍ଥିତ ପ୍ରସିଦ୍ଧ ମ୍ୟାଡାମ ତୁସାଦ୍ ମ୍ୟୁଜିୟମରେ । ଚଳିତ ବର୍ଷ ‘ବଦ୍ରିନାଥ କି ଦୁଲହନିୟା’‘ଜୁଡୱା-୨’ ଭଳି ଦୁଇଟି ସୁପରହିଟ୍ ଫିଲ୍ମର ସଫଳତାରେ ବରୁଣଙ୍କ ଲୋକପ୍ରିୟତା ବଢିଯାଇଛି । ଏହାକୁ ଦେଖି ନାମୀ ଦାମୀ ସେଲିବ୍ରେଟିଙ୍କ ମହମ ପ୍ରତିମୂର୍ତ୍ତୀ କରିବାରେ ପ୍ରସିଦ୍ଧ ମ୍ୟାଡାମ୍ ତୁସାଦ ମ୍ୟୁଜିୟମ ଅଭିନେତା ବରୁଣଙ୍କ ମହମ ମୂର୍ତ୍ତୀ ସ୍ଥାନ ଦେବାକୁ କରିଛି ସ୍ଥିର ।

ସୂଚନା ଅନୁସାରେ, ଏହି ବିଷୟରେ ଘୋଷଣା ନିଜେ ହାଙ୍ଗକାଙ୍ଗ ସ୍ଥିତ ମ୍ୟାଡାମ ତୁସାଦ ସଂଗ୍ରହାଳୟ ନିଜର ଅଫିସିଆଲ୍ ଟ୍ୱିଟର ଜରିଆରେ କରିଛନ୍ତି । ଟ୍ୱିଟର ଜରିଆରେ କହିଛନ୍ତି, ‘ ବଲିଉଡ ଅଭିନେତା ବରୁଣ ଧୱନଙ୍କର ମହମ ପ୍ରତିମୂର୍ତ୍ତୀ ମ୍ୟାଡାମ୍ ତୁସାଦରେ, ୨୦୧୮ର ଆରମ୍ଭରେ ସେନିଜର ଏହି ପ୍ରତିମୂର୍ତ୍ତୀର ଅନାବରଣ କରିବେ । ’

ଏହି ଟ୍ୱିଟକୁ ରିଟ୍ୱିଟ୍ କରି ବରୁଣ ଧୱନ ଲେଖିଛନ୍ତି, ‘ଏହା ମୋ ପାଇଁ ବହୁତ ବଡ ସମ୍ମାନର କଥା । ମୁଁ ସେଠାକୁ ଯାଇ ମୋର ମହମ ପ୍ରତିମୂର୍ତ୍ତୀ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଛି, ଧନ୍ୟବାଦ ।’ ଏହା ସହ ବରୁଣ ମ୍ୟାଡାମ୍ ତୁସାଦ ସଂଗ୍ରହାଳୟର କାରିଗରଙ୍କ ଦ୍ୱାରା ନିଜର ଉଚ୍ଚତା ଓ ଚେହେରା ଆଦିର ମାପ ନେବାବେଳେ ଫଟୋ କରିଛନ୍ତି ସେୟାର । ଏମିତି ଏକ ଫଟୋରେ ବରୁଣ ଲେଖିଛନ୍ତି , ‘ମ୍ୟାଡାମ ତୁସାଦ ମୁଁ ବହୁଶୀଘ୍ର ଆସୁଛି ।’

ବରୁଣଙ୍କର ଏହି ଉପଲବ୍ଧିରେ ତାଙ୍କର ମେଂଟର ଓ ବଲିଉପରେ ତାଙ୍କୁ ଲଂଚ କରିଥିବା ଫିଲ୍ମପ୍ରଯୋଜକ କରଣ ଜୋହର ମଧ୍ୟ ବହୁର ଖୁସି ହୋଇଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି , ‘ ଅନୁମାନ କରନ୍ତୁ ଏବେ ମ୍ୟାଡାମ ତୁସାଦ କୁ କିଏ ଆସୁଛନ୍ତି ? ହାଙ୍ଗକାଙ୍ଗକୁ ବହୁ ଶୀଘ୍ର ବରୁଣ ଧୱନ ଆସୁଛନ୍ତି !’ ଖାସ୍ ତ୍କା ହେଲା ମ୍ୟାଡାମ ତୁସାଦ ମ୍ୟୁଜିୟମରେ ସ୍ଥାନ ପାଇବାକୁ ଯାଉଥିବା ବରୁଣ ଧୱନ ବଲିଉଡର ସବୁଠୁ ୟଙ୍ଗ ଆକ୍ଟର ଅଟନ୍ତି ।