ଆଜି ଅଭିନେତା ସନ୍ନି ଦେଓଲଙ୍କର ଜନ୍ମଦିନ : ଆସନ୍ତୁ ଜାଣିବା ତାଙ୍କର ପରଦା ପଛର କିଛି ରୋଚକ କଥା

38

ଆଜି ବଲିଉଡର ହ୍ୟାଣ୍ଡସମ୍ ହଙ୍କ୍ କୁହାଯାଉଥିବା ଅଭିନେତା ସନ୍ନି ଦେଓଲଙ୍କର ଜନ୍ମଦିନ । ୧୯ ଅକ୍ଟୋବର ୧୯୫୬ରେ ଜନ୍ମ ହୋଇଥିବା ସନ୍ନିଙ୍କର ପ୍ରକୃତ ନାମ ଅଜୟ ସିଂହ ଦେଓଲ । ଘରେ ତାଙ୍କୁ ସନ୍ନି ନାମରେ ଡାକିଥାନ୍ତି । ଏବଂ ଫିଲ୍ମରେ ମଧ୍ୟ ସେ ଏହି ନାମରେ ଏଣ୍ଟ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ ।

୮୦ ଦଶକର ଆରମ୍ଭରେ ବଲିଉଡରେ ଅନେକ ଷ୍ଟାର୍ ନିଜର ପିଲାଙ୍କୁ ଇଣ୍ଡଷ୍ଟ୍ରୀରେ ଲଂଚ କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ଧର୍ମେନ୍ଦ୍ର ଥିଲେ । ଧର୍ମେନ୍ଦ୍ର ନିଜର ଇଙ୍ଗ ପୁଅ ସନ୍ନି ଙ୍କୁ ଫିଲ୍ମ ‘ବେତାବ’ (୧୯୮୩) ଜାରିଆରେ ଅଭିନୟ ଦୁନିଆରେ ଏଣ୍ଟ୍ରି ଦେଇଥିଲେ । ଏହି ଫିଲ୍ମ ସୁପରହିଟ୍ ହୋଇଥିଲା । ଫିଲ୍ମରେ ଲଂଚ କରିବା ପୂର୍ବରୁ ଧର୍ମେନ୍ଦ୍ର ସନ୍ନିଙ୍କୁ ବର୍ମିଘମ ରେ ଆକ୍ଟିଂ ଶିଖିବାକୁ ପଠାଇଥିଲେ ।

ଫିଲ୍ମ ‘ବେତାବ’ ପରେ ସନ୍ନିଙ୍କର ଅନେକ ଫିଲ୍ମ ଫ୍ଲପ୍ ହୋଇଥିଲା । କିନ୍ତୁ ଅର୍ଜୁନ , ଡକାୟତ , ୟତିମ ଭଳି ଫିଲ୍ମର ସନ୍ନିଙ୍କୁ ବହୁତ ତାରିଫ ମିଳିଥିଲା । ଏହାପରେ ସେ ପାପ୍ କି ଦୁନିଆ(୧୯୮୮), ତ୍ରିଦେବ(୧୯୮୯), ବର୍ଦି(୧୯୮୯ ) ଭଳି କିଛି ହିଟ୍ ଫିଲ୍ମ ବଲିଉଡ ଇଣ୍ଡଷ୍ଟ୍ରୀକୁ ଦେଇଥିଲେ । ୧୯୯୦ରେ ଆସିଥିବା ଫିଲ୍ମ ‘ଘାୟଲ’ ସନ୍ନିଙ୍କ କ୍ୟାରିୟରକୁ ଦେଇଥିଲା ଟର୍ଣ୍ଣିଂ ପଏଣ୍ଟ । ଏହି ଫିଲ୍ମରେ ସେ ଖୁବ୍ ଭଲ ଅଭିନୟ କରି ସ୍ପେଶାଲ ଜୁରୀ ଆୱାର୍ଡ ( ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର) ଏବଂ ଫିଲ୍ମ ଫେୟାରର ବେଷ୍ଟ ଅଭିନେତାର ପୁରସ୍କାର ଜିତିଥିଲେ ।

୧୯୯୩ରେ ଆସିଥିବା ଫିଲ୍ମ ‘ଡର୍’ ରେ କାମ କରିବା ସନ୍ନିଙ୍କ ପାଇଁ ଭଲ ଅନୁଭବ ନଥିଲା । ସନ୍ନିଙ୍କୁ ଲାଗିଥିଲା ସେଟ୍ ରେ ତାଙ୍କୁ ଉପେକ୍ଷା କରାଯାଉଛି । ତାଙ୍କ ଅନୁସାରେ କୈାଣସି ଜିନିଷ ହେଉନାହିଁ । ଥରେ ସେ ଖୁବ୍ ରାଗି ଯାଇ ନିଜ ଜିନ୍ସକୁ ଚିରି ଫାଡି ଦେଇଥିଲେ । ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀ ଓ ସନ୍ନି ଉଭୟ ମିଶି ତିନୋଟି ଫିଲ୍ମ ‘ଘାୟଲ’ , ଓ ‘ଦାମିନି ’ ରେ କାମ କରିଥିଲେ । ଏହି ୩ଟି ଫିଲ୍ମ ସନ୍ନିଙ୍କ କ୍ୟାରିୟର ସବୁଠୁ ଭଲ ଫିଲ୍ମ ଭାବେ ଜଣାଯାଏ । ୨୦୦୧ରେ ଆସିଥିଲା ଫିଲ୍ମ ‘ଗଦର୍ : ଏକ୍ ପ୍ରେମ କଥା ’ । ଏହି ଫିଲ୍ମଟି ସନ୍ନିଙ୍କର କ୍ୟାରିୟର ସବୁଠୁ ବଡ ହିଟ୍ ଫିଲ୍ମ ଭାବେ କୁହାଯାଏ । ଫିଲ୍ମରେ ସନ୍ନିଙ୍କର ହ୍ୟାଣ୍ଡପମ୍ପକୁ ଓପାଡି ଫିଙ୍ଗିଥିବା ଦୃଶ୍ୟ ଖୁବ୍ ପସନ୍ଦ ଆସିଥିଲା ସମସ୍ତଙ୍କୁ ।