ବ୍ୟାଙ୍ଗ ବ୍ୟାଙ୍ଗ୍ -୨ରେ ସୁନିଲ୍ ସେଟ୍ଟୀ

ବ୍ୟାଙ୍ଗ ବ୍ୟାଙ୍ଗ୍ -୨ରେ ସୁନିଲ୍  ସେଟ୍ଟୀ

sunil return in bang bang -2

ଗୁରୁଗମ୍ଭିର ଭଏସ୍ ଓ ଦମଦାର ଅଭିନୟ ପାଇଁ ଖୁବ୍ ପରିଚିତ ବଲିଉଡ ଷ୍ଟାର ସୁନିଲ୍ ସେଟ୍ଟୀ। ବଲିଉଡର ଏହି ଷ୍ଟାର ଅନେକ ଦିନର ବ୍ୟବଧାନ ପରେ ପୁଣି ଫେରୁଛନ୍ତି ଫିଲ୍ମକୁ। ଶେଷଥର ପାଇଁ ୨୦୧୪ରେ ଫିଲ୍ମ ଦେଶି କଟ୍ଟେ ରେ ନଜର ଆସିଥିଲେ ସୁନିଲ୍ ।

source-google

ବ୍ୟାଙ୍ଗ ବ୍ୟାଙ୍ଗ୍ -୨ ରେ ସୁନିଲ୍ ଦମଦାର ଭୂମିକାରେ ଆସୁଛନ୍ତି। ସିଦ୍ଧାର୍ଥ ମଲହୋତ୍ରା ଓ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି। ଫିଲ୍ମରେ ସୁନିଲ୍ ଜଣେ କର୍ଣ୍ଣେଲ ଭୂମିକାରେ ଆସିବେ। ଏହି ବର୍ଷ ଅକ୍ଟୋବର ସୁଦ୍ଧା ସୁନିଲ୍ ସେଟ୍ଟୀ ମାଲେସିଆରେ ଏହି ଫିଲ୍ମର ସୁଟିଂ ଆରମ୍ଭ କରିବେ। ଫ୍ୟାନମାନଙ୍କ ପାଇଁ ଏହା ଏକ ଖୁସିର ଖବର ଯେ ଦୀର୍ଘ ଦିନ ପରେ ସୁନିଲ୍ ସେଟ୍ଟୀ ପୁଣି ଫେରୁଛନ୍ତି। ଏହା ସହ ସିଦ୍ଧାର୍ଥ - ଜ୍ୟାକଲିନ୍ ଯୋଡି ଏକାଠି ନଜର ଆସୁଛନ୍ତି ।

ବ୍ୟାଙ୍ଗ ବ୍ୟାଙ୍ଗ ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲା। ଏହି ଫିଲ୍ମରେ ହ୍ରିତିକ୍ ରୋଶନ ଓ କ୍ୟାଟ୍ରିନା କୈଫ୍ ମୁଖ୍ୟ ଭୂମିକାରେ ଥିଲେ। ଫିଲ୍ମରେ ଆଖି ଝଲସିଆ ଷ୍ଟଂଟ ଦୃଶ୍ୟ ପିକଚରାଇଜ ହୋଇଥିଲା। ଏବେ ଦେଖିବାକୁ ବାକି ରହିଲା ଏହି ଫିଲ୍ମର ସିକୁଏଲରେ କେମିତି ଆକ୍ସନ ଦୃଶ୍ୟ ରହୁଛି।

ରାଜ ନିନ୍ଦିମୋରୁ ଓ କୃଷ୍ଣା ଡି.କେଙ୍କ ଦ୍ୱାରା ନିର୍ଦେଶିତ ପ୍ରସ୍ତୁତ ଚାଲିଥିବା ଫିଲ୍ମ ବ୍ୟାଙ୍ଗ ବ୍ୟାଙ୍ଗ୍ -୨ ଆସନ୍ତା ବର୍ଷ ରିଲିଜ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe