ବଲିଉଡ଼ ଅଭିନେତ୍ରୀ ଶ୍ରୀଦେବୀ ଓ ନିର୍ମାତା ବୋନି କପୁରଙ୍କ ଝିଅ ଜାହ୍ନବୀଙ୍କୁ ନେଇ ଅନେକ ଦିନ ଧରି ଖୁବ୍ ଚର୍ଚ୍ଚା ଚାଲିଛି । ଜାହ୍ନବୀ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ନିର୍ମାତା-ନିର୍ଦ୍ଦେଶକ କରଣ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର ୨’ରେ ନିଜର କ୍ୟାରିୟର ଆରମ୍ଭ କରିବେ ।
ମଝିରେ କରଣଙ୍କର ଏହି ଫିଲ୍ମରେ କିଛି ଅଦଳବଦଳ ହୋଇଥିଲା । ଅନେକ ନୂଆ କଳାକାରଙ୍କ ନାଁ ଯୋଡା ଯାଇଥିଲା । କୁହାଯାଉଥିଲା କି ଜାହ୍ନବୀଙ୍କ ସ୍ଥାନରେ ସୈଫ୍ ଅଲୀ ଖାନ ଓ ଅମୃତା ସିଂହଙ୍କ ଝିଅ ସାରା ଅଲୀ ଖାନଙ୍କୁ କାଷ୍ଟ କରାଯିବ । କିନ୍ତୁ ଏବେ ଖବର ଅନୁସାରେ , ଅମୃତା ସିଂହ କରଣଙ୍କ ଏହି ପ୍ରୋଜେକ୍ଟରୁ ନିଜ ଝିଅ ସାରାଙ୍କୁ ଦୂରେଇ ଦେଇଛନ୍ତି ଏବଂ ଏହାପରେ ଜାହ୍ନବୀ କରଣଙ୍କ ଏହି ଫିଲ୍ମରେ ରହିବାର ପକ୍କା ହୋଇଯାଇଛି । ଆଉ ଏହି ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର ୨’ରେ ଜାହ୍ନବୀ ନିଜର କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/06/jahanbi.jpg)