ଭାଉଜ କରୀନାଙ୍କ ପଦାଙ୍କ ଅନୁସରଣ କରିବାକୁ ଚାହୁଁଛନ୍ତି ସୋହା ଅଲୀ ଖାନ୍ !

92

ଗତ ସପ୍ତାହରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ଅଭିନେତ୍ରୀ ସୋହା ଅଲୀ ଖାନ୍ ସୋମବାରକୁ ଡାକ୍ତରଖାନାରୁ ନିଜ ଘରକୁ ଫେରିଛନ୍ତି । ଗେଟ୍ ରେ ଉପସ୍ଥିତ ଫଟୋଗ୍ରାଫରଙ୍କୁ ମଧ୍ୟ ସେ ନିରାଶ B8ହେବାକୁ ଦେଇନାହାଁନ୍ତି । ଏବଂ ନିଜର ପତି କୁଣାଲ ଖେମୁ ଓ କନ୍ୟା ଇନାୟା ନଓମୀ ଖେମୁଙ୍କ ସହ ଫଟୋ ଉଠାଇଛନ୍ତି ।

ବର୍ତ୍ତମାନ ସୋହା ମଧ୍ୟ ନିଜର ଭାଉଜ କରୀନା କପୁରଙ୍କ ରାସ୍ତାରେ ଚାଲିବାକୁ ଚାହିଁଛନ୍ତି । ଏବଂ ଖୁବ୍ ଶୀଘ୍ର ସୁସ୍ଥ ହୋଇ କାମକୁ ଫେରିବାକୁ ଚାହିଁଛନ୍ତି । ଖବର ଏହି ଯେ, ଫିଲ୍ମ ‘ସାହବ ବିବି ଓ ଗ୍ୟାଙ୍ଗଷ୍ଟାର ରିଟର୍ଣ୍ଣସ୍ ’ ରେ ‘ଛୋଟ ରାନୀ’ ର ଗ୍ରେ ଶେଡ୍ ଚରିତ୍ର ନିଭାଇ ଥିବା ସୋହା ଏବେ ଏହି ସିରିଜର ୩ୟ ଫିଲ୍ମରେ ଏକ ଦମଦାର ଭୂମିକାରେ ନଜର ଆସୁଛନ୍ତି । ଏହି ଫିଲ୍ମରେ ଜିମି ଶେରଗିଲ ଓ ମାହି ଗିଲ୍ ଙ୍କ ଛଡା ଏହି ଥର ସଂଜୟ ଦତ୍ତ ଓ ଚିତ୍ରାଙ୍ଗଦା ସିଂହ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସୁଛନ୍ତି । ସଂଜୟ ଏହି ଫିଲ୍ମରେ ଏକ ଗ୍ୟାଙ୍ଗଷ୍ଟର ଭୂମିକା କରୁଛନ୍ତି । ଚିତ୍ରାଙ୍ଗଦା ତାଙ୍କର ପ୍ରେମିକା ଭୂମିକାରେ ଦେଖାଦେବେ ।

ନିକଟରେ ସଂଜୁ ଏହି ଫିଲ୍ମର ଶୁଟିଂ ଆରମ୍ଭ କରିଛନ୍ତି । କିନ୍ତୁ ସୋହାଙ୍କ ବିଷୟରେ ଖବର ଏହି ଯେ, ସେ ଡିସେମ୍ବର ଶେଷରେ ଶୁଟିଂ ଆରମ୍ଭ କରିବେ । ମୁମ୍ବାଇରେ ଏହି ଫିଲ୍ମର ୩ୟ ସିଡ୍ୟୁଲର ଶୁଟିଂ ଆରମ୍ଭ ହେବ । ବର୍ତ୍ତମାନ ବିକାନେରରେ ଫିଲ୍ମର ପ୍ରଥମ ସିଡ୍ୟୁଲ୍ ର ଶୁଟିଂ ଚାଲିଛି । ୨ୟ ସିଡ୍ୟୁଲ ଦିବାଲୀ ପରେ ଯୋଦ୍ଧପୁରରେ ଆରମ୍ଭ ହେବ ।