୧୨ ବର୍ଷ ପୂର୍ବେ ପରଦାକୁ ଆସିଥିଲା ଫିଲ୍ମ ‘ନୋ ଏଣ୍ଟ୍ରି ’ । ଏବେ ଏହାର ଆଉ ଏକ ଭାଗ ‘ନୋ ଏଣ୍ଟ୍ରି-୨ ’ର କାହାଣୀ ପ୍ରସ୍ତୁତ ହୋଇଛି । ବଲିଉଡ଼ ଅଭିନେତା ସଲମାନ ଖାନ୍ , ଅନିଲ୍ କପୁର ଓ ଫରଦିନ୍ ଖାନ୍ ଏଥିରେ ନଜର ଆସୁଛନ୍ତି । ସବୁଠୁ ଚମତ୍କାର କଥା ,ଏହି ଅଭିନେତାମାନେ ଏହି ଫିଲ୍ମରେ ଡବଲ ରୋଲରେ ନଜର ଆସିବେ । ଏହି ଫିଲ୍ମରେ ୧୦ ଜଣ ଅଭିନେତ୍ରୀ ରହିବେ ।
ନିଜ ଫିଲ୍ମ ‘ମୁବାରଙ୍କା’ର ପ୍ରମୋସନ ସମୟରେ ନିର୍ଦ୍ଦେଶକ ଅନିସ୍ ବଜମୀ, ନବଭାରତ ଟାଇମ୍ସକୁ କହିଛନ୍ତି, ‘ନୋ ଏଣ୍ଟ୍ରି -୨’ ର କାହାଣୀ ପ୍ରସ୍ତୁତ ହୋଇସାରିଛି । ଫିଲ୍ମରେ ସଲମାନ ଖାନ୍ , ଅନିଲ୍ କପୁର ଓ ଫରଦିନ୍ ଡବଲ ରୋଲ କରୁଛନ୍ତି । ଫିଲ୍ମ ବିଷୟରେ କହିବାକୁ ଯାଇ ନିର୍ଦ୍ଦେଶକ ଅନିସ୍ କହିଛନ୍ତି , ‘ ‘ନୋ ଏଣ୍ଟ୍ରି -୨’ର କାହାଣୀ ବହୁତ ଭଲ । ଏହା ଏକ ୱାନ୍ ଅଫ୍ ଦ ବେଷ୍ଟ ଫିଲ୍ମ ହୋଇପାରିବ ’ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/06/film-no-entry-2.jpg)