ଆପଣ ଜାଣନ୍ତି , ଶାହାରୁଖ କାହିଁକି ମହିଳା ଅଙ୍ଗରକ୍ଷୀ ରଖନ୍ତି !

12

ବଲିଉଡ୍ ବାଦଶାହ, ଶାହାରୁଖ ଖାନ । ପରଦାରେ ଚିତ୍ର ଚରିତ୍ରରେ ରୋମାନ୍ସ କରିବାରେ ମାହିର୍ । ତାଙ୍କର ଅନେକ ପ୍ରଶଂସକ । ଯୁଆଡେ ଯାଆନ୍ତି ଲାଗେ ଗହଳି ।

ଶାହାରୁଖଙ୍କ ପାଖେ ଅନେକ ସମୟରେ ମହିଳା ଅଙ୍ଗରକ୍ଷୀ ଥିବାର ଦେଖାଯାଏ । ଏଥିପାଇଁ ଅନେକଙ୍କ ମନରେ ପ୍ରଶ୍ନ ଥାଏ । ହେଲେ ଶାହାରୁଖ ନିଜେ ଏହି ପ୍ରଶ୍ନ ଉପରୁ ପରଦା ଉଠାଇଛନ୍ତି । କହିଛନ୍ତି , ଯୁଆଡେ ସେ ଗଲେ ତାଙ୍କର ମହିଳା ପ୍ରଶଂସିକାମାନେ ତାଙ୍କୁ ଘେରିଯା’ନ୍ତି । ଛୁଇଁବାକୁ ଚେଷ୍ଟା କରନ୍ତି । ସେମାନଙ୍କ ହାତର ଲମ୍ବା ନଖ ତାଙ୍କୁ ଆଘାତ ଦିଏ । ଏଥିପାଇଁ ସେ ମହିଳା ବଡିଗାର୍ଡ ସାଥିରେ ନେଇ ଯାଇଥାନ୍ତି ।

ଆଉ ମଧ୍ୟ ଏହି ଅନୁଭବୀ ଅଭିନେତା ନିଜର ଜୋକିଂ ଅନ୍ଦାଜରେ କହିଁଛନ୍ତି ଯେ ,ଏହି ପ୍ରଶଂସିକାଙ୍କ ନଖର ଚିହ୍ନକୁ ନେଇ ସ୍ତ୍ରୀ ଓ ପିଲାଙ୍କୁ ବୁଝାଇବାକୁ ଅନେକ ମୁସ୍କିଲ ଉଠାଇକୁ ହୁଏ ।