ସଚିନ ତେନ୍ଦୁଲକରଙ୍କ ଝିଅ ସାରାଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ଏବେ । ଏହାକୁ ନେଇ ଚାରିଆଡେ ଅନେକ ଆଲୋଚନା । କିନ୍ତୁ ସାରା ଓ ସଚିନ ଏନେଇ କିଛି କହିନାହାଁନ୍ତି ।
ସୂଚନା ଅନୁସାରେ ରଣବୀର ଓ ସାରାଙ୍କ ଏ ଫଟୋ ଏକ ଜନ୍ମଦିନ ଉତ୍ସବର । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ସାଜିଛି । ସାରା, ପିତା ସଚିନ ଓ ମା ଅଂଜଳିଙ୍କ ସହ ଫିଲ୍ମ ‘ ସଚିନ୍ ଏ ବିଲିୟନ ଡ୍ରିମ’ର ନିର୍ମାତା ରବି ଭାଗଚନ୍ଦକାଙ୍କ ଜନ୍ମଦିନ ଉତ୍ସବକୁ ଯାଇଥିଲେ । ସେଠାରେ ରଣବୀରଙ୍କ ସହ ସାରା ଏହି ସେଲ୍ଫି ନେଇଥିଲେ ।
ଅଭିନେତା ରଣବୀରଙ୍କ ସହ ଏହି ଫଟୋକୁ ଦେଖି ଏବେ ଏକ ଗୁଜବ ଜୋର ଧରିଛି । ସାରା ଖୁବ ଶୀଘ୍ର ଫିଲ୍ମ ଲାଇନକୁ ଆସୁଛନ୍ତି ବୋଲି ଚର୍ଚ୍ଚା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/sachin-daughter.jpg)