ସଠିକ ସମୟରେ ମଦକୁ କରିଛି ବାଏ ବାଏ : ପୂଜା ଭଟ୍ଟ

51

ବଲିଉଡ ଫିଲ୍ମ ଅଭିନେତ୍ରୀ -ପ୍ରଯୋଜିକା ପୂଜା ଭଟ୍ଟ ଏବେ ଖୁବ୍ ଖୁସି । କୈାଣସି ଫିଲ୍ମର ରିଲିଜକୁ ନେଇ ନୁହେଁ । ସଠିକ ସମୟରେ ନିଜର ବଦଅଭ୍ୟାସକୁ ଛାଡି ଥିବା ନେଇ ଖୁସି ବୋଲି କହିଛନ୍ତି ପୂଜା । ମଦ୍ୟପାନର ଅଭ୍ୟାସ ଦିନକୁ ଦିନ ଅସହ୍ୟ ହୋଇପଡିଥିଲା । ହେଲେ ଠିକ୍ ସମୟରେ ସେ ଏହାକୁ ଦୂର କରିଦେଇଛନ୍ତି । ନୁହେଁତ ମଦକୁ ଛାଡିବା ତାଙ୍କ ପାଇଁ କଷ୍ଟକର ହୋଇପଡିଥାନ୍ତା ।

ବଲିଉଡର ଏହି ଟାଲେଂଟେଡ୍ ପ୍ରଯୋଜିକା ପୂଜା କହିଛନ୍ତି ,ସେ ଏବେ ନିଜକୁ ଭଲ ଅନୁଭବ କରୁଛନ୍ତି । ସ୍ୱାସ୍ଥ୍ୟ ମଧ୍ୟଭଲ ରହିଛି ଏବଂ ଏହାସହ ତାଙ୍କର ଓଜନ ବଢିଯାଇଛି ।