ରିଲିଜ ହେଲା ଦୀପିକା ପାଦୁକୋନଙ୍କ ‘ପଦ୍ମାବତୀ’ର ପ୍ରଥମ ଗୀତ ‘ଘୁମର’

37

ସଂଜୟ ଲୀଳା ଭଂସାଲୀଙ୍କ ଫିଲ୍ମ ‘ପଦ୍ମାବତୀ’ର ପ୍ରଥମ ଗୀତ ରିଲିଜ ହୋଇଛି । ଯାହାକୁ ପ୍ରଶଂସକମାନେ ଖୁବ୍ ଉତ୍ସାହର ସହ ଅପେକ୍ଷା କରିଥିଲେ । ଏହି ଗୀତର ଟାଇଟଲ ରହିଛି ‘ଘୁମର’ , ଯାହାକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ଥିଲା ।

ସୂଚନା ଅନୁସାରେ ଏହି ଗୀତରେ ଭାରି ଲେହେଙ୍ଗା ଓ ଆକର୍ଷଣୀୟ ଗହଣାରେ ସଜା ପଦ୍ମାବତୀ ଅର୍ଥାତ୍ ଦୀପିକା ପାଦୁକୋଣ ନୃତ୍ୟ କରିବାର ନଜର ଆସୁଛନ୍ତି । ଭଂସାଲୀ ପ୍ରଡକ୍ସନ ଫ୍ୟାନ କ୍ଲବର ହ୍ୟାଣ୍ଡଲ ତରଫରୁ ଦୀପିକାଙ୍କର ଏକ ଫଟୋ ପୋଷ୍ଟ କରି ଏହି ଖବର ଦିଆଯାଇଛି କି ଆଜି ଏହି ଗୀତ ରିଲିଜ ହୋଇଛି । ଆଉ ପ୍ରସଂସକଙ୍କର ଏହି ଗୀତକୁ ନେଇ ଅନେକ ଉତ୍ସୁକତା ଭରିଛି । ଏହି ଫଟୋରେ ଗହଣାରେ ଆବୃତ ଦୀପିକା ଖୁବ୍ ସୁନ୍ଦର ଲାଗୁଛନ୍ତି । ଦୀପିକା ଏହି ଗୀତ ପାଇଁ ଘୁମରର ଜଣାଶୁଣା ଏକ୍ସପର୍ଟ ଜ୍ୟୋତି ଡି. ତୋମରଙ୍କର ଠାରୁ ନୃତ୍ୟ ଶିଖିଛନ୍ତି । ଯିଏକି ସଂପୂର୍ଣ୍ଣ ରୂପେ ଘୁମର ସ୍କୁଲ୍ ଚଳାଇଥାନ୍ତି । ଏହି ସ୍କୁଲର ସ୍ଥାପନା କିଶନଗଢ, ରାଜସ୍ଥାନର ପୂର୍ବ ରାଜକୁମାରୀ କରିଥିଲେ । ଗୀତର ଧୁନ୍ ଟ୍ରାଡିଶନାଲ ରାଜପୁତାନା ଲୋକ ନୃତ୍ୟ ଉପରେ ଆଧାରିତ ଅଟେ ।

ମିଡିଆ ରିପୋର୍ଟସ୍ ଅନୁସାରେ , ଏହି ଗୀତର ସୁଟିଂ ପାଇଁ ଭାରୀ ଲହଙ୍ଗା ଓ ଜୁଏଲାରୀରେ ଦୀପିକା ସମୁଦାୟ ୬୬ ଥର ଘୁରିଛନ୍ତି । ଏହି ସିକ୍ୱେନ୍ସ ବିଷୟରେ ଦୀପିକା କହିଛନ୍ତି , ‘ ଏହା ସବୁଠୁ ମୁସ୍କିଲ୍ ସଙ୍ଗ୍ ସିକ୍ୱେନ୍ସ ଥିଲା । ଯାହାକୁ ସଂଜୟ ସାର୍ ଓ ମୁଁ ସୁଟ୍ କରିଛୁ । ଏହି ଗୀତ ସହ ସୁଟିଂ ଆରମ୍ଭ ହୋଇଛିା ଏବଂ ମୁଁ ସେହି ଦିନକୁ କେବେ ଭୁଲି ପାରିବି ନାହିଁ ।’ ସୂଚନା ଯେ ‘ଘୁମର’ ରାଜାସ୍ଥାନର ଲୋକ ନୃତ୍ୟ  । ଯେଉଁଥିରେ ସେଠାରେ ମହିଳାମାନେ ଗୋଲ ଘେରା କରି ଘୁରି ଘୁରି ନୃତ୍ୟ କରିଥାନ୍ତି । ଯେକୌଣସି ଖାସ୍ ଦିନରେ ଏ ନୃତ୍ୟ କରାଯାଏ ।