ନା ଅଭିନେତାଙ୍କ ଚେହେରାରୁ ଚିହ୍ନି ପାରିବେ , ନା ସ୍ୱରରୁ ! ଏମିତି ଏକ ଭୂମିକାରେ ଫିଲ୍ମ ୨.୦ ରେ ନଜର ଆସିବେ ଅକ୍ଷୟ କୁମାର

ନା ଅଭିନେତାଙ୍କ ଚେହେରାରୁ ଚିହ୍ନି ପାରିବେ , ନା ସ୍ୱରରୁ ! ଏମିତି ଏକ ଭୂମିକାରେ ଫିଲ୍ମ ୨.୦ ରେ ନଜର ଆସିବେ ଅକ୍ଷୟ କୁମାର

source-https://timesofindia.indiatimes.com

ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘୨.୦’କୁ ନେଇ ଅକ୍ଷୟ କୁମାର ପ୍ରଥମରୁ ହିଁ ଚର୍ଚ୍ଚାରେ । ମିଳିଥିବା ଖବର ଅନୁସାରେ ଏହି ଫିଲ୍ମରେ ତାଙ୍କର ଲୁକ୍ କେବଳ ଚିହ୍ନିବାରେ ସମସ୍ୟା କରିବନି , ତାଙ୍କର ସ୍ୱର ବି ପୁରା ଅଲଗା ପ୍ରକାରର ଶୁଣାଯିବ । ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏମିତି ଏକ ଭିନ୍ନ ଅନ୍ଦାଜରେ ଅକ୍ଷୟଙ୍କୁ ଚିତ୍ରଣ କରାଯାଇଛି ଫିଲ୍ମ ‘୨.୦’ରେ ।

ରିପୋpublive-imageର୍ଟ ଅନୁସାରେ , ଅକ୍ଷୟ ଫିଲ୍ମରେ ନିଜର ଡାଏଲଗ୍ ହିନ୍ଦୀରେ ନିଜେ ହିଁ ଡବ୍ କରିବେ । ଯାହା ଶୁଣିବାରେ ଆପଣଙ୍କୁ ଅଲଗା ଅନୁଭବ ହେବ । ଏହା ଏବେ ଟେକ୍ନୋଲଜି ସାଉଣ୍ଡର ସାହାଯ୍ୟରେ ଖୁବ୍ ସହଜ ହୋଇଯାଇଛି କି ଆପଣ ନିଜ ସ୍ୱରକୁ ଅନେକ ପ୍ରକାରର କରିପାରିବେ । ଏମିତି ଏହି ଫିଲ୍ମରେ କରାଯାଇଛି । ଖୁବ୍ ଭୟଙ୍କର ଲାଗିବେ ଅକ୍ଷୟ ଓ ତାଙ୍କର ଭଏସ୍ ।

ସାଉଣ୍ଡ ଡିଜାଇନର ରେସୁଲ ପୋକୁଟ୍ଟି କହିଛନ୍ତି ସେ ପରଫେକ୍ଟ ଭଏସ୍ କୁ ନେଇ ଡାଇରେକ୍ଟର ଏସ୍. ଶଙ୍କରଙ୍କ ସହ କାମ କରୁଛନ୍ତି । ଆଉ ସଫଳତା ପାଇଛନ୍ତି । ଏବେ ଏହା ପ୍ରମାଣ ହୋଇଯାଇଛି ଯେ ଏହି ଫିଲ୍ମରେ ଅକ୍ଷୟ ରହିଛନ୍ତି ସତ , ହେଲେ ଅଭିନୟ ଛଡା ଆଉ କେଉଁ ଦିଗରେ ଆପଣ ତାଙ୍କର ଉପସ୍ଥିତିକୁ ଜାଣିପାରିବେ ନାହିଁ । କାରଣ ଏହିଫିଲ୍ମରେ ନା ତାଙ୍କର ଚେହେରା ଥିବ ନା ତାଙ୍କର ଭଏସ୍ । ଯାହାକୁ ଆପଣ ଦୂରକୁ ବି ଶୁଣି ଚିହ୍ନି ପାରୁଥିଲେ । ବର୍ତ୍ତମାନ ତେଲୁଗୁ ଓ ତାମିଲରେ ଅକ୍ଷୟଙ୍କ ଭଏସ୍ କୁ ଡବ୍ କରିବେ ଡବିଂ କଳାକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe