୫୦ବର୍ଷରେ ଖିଲାଡି ଷ୍ଟାର ! ଜନ୍ମଦିନରେ ଅକ୍ଷୟଙ୍କୁ ଶୁଭେଚ୍ଛା ,ସରଳ ଜୀବନର ଅକ୍ଷୟ ବଲିଉଡର ଜଣେ ସଫଳ ଅଭିନେତା

135

unnamed-26ବଲିଉଡ ଅଭିନେତା ଅକ୍ଷୟ କୁମାର । ଖିଲାଡି ଷ୍ଟାର ଭାବେ ଖୁବ୍ ଚର୍ଚ୍ଚିତ । ଭାରତର ଜ୍ୟାକି ଚ୍ୟାନ ଭାବେ ପରିଚିତ ସେ । ବଲିଉଡର ଖିଲାଡି ନଂ ୧ ଓ ମାର୍ଶଲ ଆର୍ଟ ଏକ୍ସପର୍ଟ ଭାବେ ପରିଚିତ ଅକ୍ଷୟ କୁମାରଙ୍କ ଆଜି ଜନ୍ମଦିନ । ୫୦ ବର୍ଷରେ ପହଁଚିଲେ ଅକ୍ଷୟ କୁମାର । ଆଉ ଏହାକୁ ନେଇ ଆଜି ଅକ୍ଷୟଙ୍କର ଅନେକ ପ୍ରଶଂସକମାନେ ଉତ୍ସାହିତ ।

akshay-kumar-birthdayସମସ୍ତେତ ଜାଣନ୍ତି ଅକ୍ଷୟଙ୍କର ଅଭିନୟର ଦକ୍ଷତାକୁ । ଏଥିରେ ପ୍ରଶ୍ନ କରିହେବ ନାହିଁକି , କାହା ସହ ତୁଳନା କରିହେବ ନାହିଁ । ସବୁ ରୋଲରେ ସେ ମାହିର । ଲଭ୍ ରୋମାନ୍ସ ,କମେଡି ଓ ଆକ୍ସନ ଆଦି ଫିଲ୍ମରେ ସେ ଦେଖାଇଛନ୍ତି ନିଜର ଅପୂର୍ବ ଅଭିନୟର କରିସ୍ମା । ଆଉ ଏବେ ଆଗକୁ ଆସୁଛି ତ ତାଙ୍କର ଫିଲ୍ମ ୨.୦ । ସାଉଥ ଷ୍ଟାର ରଜନୀକାନ୍ତଙ୍କ ସହ କରୁଛନ୍ତି ଏ ଫିଲ୍ମ । ଆଉ ଏଥିରେ ସେ ନିଭାଉଛନ୍ତି ଖଳ ଚରିତ୍ର । ଯାହାକୁ ନେଇ ଏବେଠୁ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଆଜି ଅକ୍ଷୟଙ୍କର ଜନ୍ମଦିନରେ ତାଙ୍କ ଜୀବନର ଆଉ କିଛି କଥା ଆଲୋଚନା କରିବା । ଯାହା ତାଙ୍କ ଅଭିନୟକୁ ଛାଡି ଆଉକିଛି ଭିନ୍ନ ରୁଚି ଅକ୍ଷୟଙ୍କର ରହିଛି । ଯାହା ଅନେକଙ୍କୁ ଅଜଣା । ଆସନ୍ତୁ ପଢିବା ଅକ୍ଷୟଙ୍କର ଜୀବନର କିଛି ଅଜଣା ଫର୍ଦ୍ଦକୁ । ଆଉ ଜାଣିବା ଅଭିନୟ ପରି ସବୁ କାମରେ ବି ପ୍ରିୟ ହିରୋ ଅକ୍ଷୟ କୁମାର କେମିତି ଦକ୍ଷ ।

cookଅକ୍ଷୟଙ୍କର ରୋଷେଇ ଜ୍ଞାନ ଥିବା ବିଷୟରେ ତ ଆପଣ ଜାଣିଥିବେ, କାରଣ ବଲିଉଡରେ ପ୍ରବେଶ କରିବା ପୂର୍ବରୁ ସେ ଥାଇଲ୍ୟାଣ୍ଡରେ ଶେଫ୍ ର କାମ କରୁଥିଲେ । ସେତେବେଳେ ସେ କେବେ ବି ଭାବିନଥିଲେ ଦିନେ ସେ ଜଣେ ମହାନ ସେଲିବ୍ରେଟି ପାଲଟିଯିବେ ବୋଲି । ନିଜର ପରିବାରକୁ ନେଇ ଅକ୍ଷୟ ସବୁବେଳେ ଖୁସି ଥା’ନ୍ତି । କେବେ ବି ତାଙ୍କର ଫ୍ୟାମିଲ ବିଷୟକୁ ନେଇ ଖବର ପ୍ରକାଶିତ ହୋଇନି । ଜଣେ ଶାନ୍ତ ଓ ସରଳ ମଣିଷର ପରିଚୟ ଦେଇଛନ୍ତି ଅକ୍ଷୟ । ପତ୍ନୀ ଟ୍ୱିଙ୍କଲଖାନାଙ୍କୁ ନେଇ ଖୁବ୍ ସୁରୁଖୁରୁରରେ ଚାଲିଛି ଅକ୍ଷୟଙ୍କର ସୁଖର ସଂସାର । ଫିଲ୍ମ ସହ ପରିବାରକୁ ମଧ୍ୟ ଭଲ ଭାବେ ସେ ସମୟ ଦେଇଥାନ୍ତି । କେଉଁଥିରେ ସେ କଂପ୍ରୋମାଇଜ୍ କରନ୍ତି ନାହିଁ । ଅକ୍ଷୟ ଜାଣନ୍ତି ଯେ, ସେ ନିଜ ଝିଅକୁ କେମିତି ଖୁସି ରଖିବେ । କେମିତି ସେ ନିଜ ଝିଅ ସହ ସମୟ ବିତାନ୍ତି ଆଉ ଖେଳନ୍ତି ପତ୍ନୀ ଟ୍ୱିଙ୍କଲ ଏ ଫଟୋ ନିଜର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

stuntଏହାବି ଅନେକ ଜାଣନ୍ତି ଯେ, ଅକ୍ଷୟ ମାର୍ଶଲ ଅର୍ଟରେ ଜଣେ ବ୍ଲାକ୍ ବେଲଟ ଧାରି । ଏମିତି ନୁହେଁ ଯେ ,ଅକ୍ଷୟ ଖାଲି ପରଦାରେ ଆକ୍ସନ ଓ ଥ୍ରୀଲ୍ ପସନ୍ଦ କରିଥା’ନ୍ତି । ବାସ୍ତବ ଜୀବନରେ ମଧ୍ୟ ଅକ୍ଷୟ ଏମିତି କିଛି । ‘ୱନ୍ସ ଅଫନ ଏ ଟାଇମ୍ ମୁମ୍ବାଇ ଦୋବାରା ’ର ସୁଟିଂର ସମୟରେ ଇମରାନଙ୍କ ସହ ରାଇଡିଂରେ ବାହାରିଥିଲେ ଅକ୍ଷୟ । ଅକ୍ଷୟ କୁମାର ନିଜର ଇନଷ୍ଟାଗ୍ରାମରେ ନିଜର ବେଷ୍ଟ ଷ୍ଟଣ୍ଟ ଦୃଶ୍ୟକୁ ଦର୍ଶାଇଥିଲେ । ଏହି ଫଟୋ ତାଙ୍କର ଫିଲ୍ମ ‘ଦ ଶକିଂସ୍’ର ସୁଟିଂ ସମୟର ଥିଲା । ସେ କହିଛନ୍ତି ଥିଲେ, ‘ମୁଁ ନିଜର ପୁରା କ୍ୟାରିୟରରେ କୈାଣସି ଷ୍ଟଣ୍ଟକୁ ଏନଜୟେ କରିନାହିଁ । କିନ୍ତୁ ଏହି ଫିଲ୍ମର ଷ୍ଟଣ୍ଟ ୧୦୦% ରିୟଲ ଥିଲା । କୈାଣସି ଇଫେକ୍ଟର ଆବଶ୍ୟକ ନଥିଲା । କାରଣ ଏହା ମୋର ଡ୍ରିମ୍ ଷ୍ଟଣ୍ଟର ମଧ୍ୟରୁ ଗୋଟିଏ ଥିଲା ।’

wifeଅକ୍ଷୟ ନିଜର ପରିବାରକୁ ନେଇ କେତେ ଖୁସି ସେ ସେୟାର କରିଥିବା ଫଟୋରୁ ଜାଣିହୁଏ । ନିଜର ୱେଡିଂ ଆନିଭର୍ସରୀର ପ୍ରମୁଖ ମୁହୂର୍ତ୍ତରେ ସେ ପ୍ରଶଂସକଙ୍କ ପାଇଁ ଫଟୋ ସେୟାର କରିଥିଲେ । ଏହି ଫଟୋ ସହ କ୍ୟାପସନରେ ସେ ଲେଖିଥିଲେ , ‘ଏକ ପୁରୁଣା ଜୋକ୍ସକୁ ଶୁଣିବାକୁ ବର୍ଷ ବର୍ଷ ବିତିଗଲା ,କିନ୍ତୁ ଏବେ ବି ଆହୁରି ଶୁଣିବାକୁ ଅପେକ୍ଷା ରହିଛି ।’

daughterଅକ୍ଷୟ ମଧ୍ୟ ପ୍ରଶଂସକଙ୍କ ପାଇଁ ନିଜ ଝିଅର ଫଟୋ ସେୟାର କରିଥିଲେ । ଯେତେବେଳେ ଅକ୍ଷୟଙ୍କର ଝିଅ ଗୋଟେ ବର୍ଷର ହୋଇଥିଲା ସେ ପ୍ରଶଂସକଙ୍କୁ ନିଜ ଝିଅକୁ ଦେଖାଇଥିଲେ । ଝିଅ ସହ ନିଜର ହାତ ରଖି ଉଠାଇଥିବା ଫଟୋକୁ ଅକ୍ଷୟ ସୋସିଆଲ ମିଡିଆରେ ସେୟାର କରିଥିଲେ ଏବଂ ଲେଖିଥିଲେ , ‘ମୋର ଲିଟିଲ୍ ପ୍ରିନସେସ୍ ଏକ ବର୍ଷର ହୋଇଛି ।’