ନିଜର ଫ୍ୟାନ୍ ମାନଙ୍କୁ ଏକ ଚମକିଲା ଭଳି ଖବର ଦେଇଛନ୍ତି ସୈଫ୍ ଅଲୀ ଖାନ । ଖୁବ୍ ଶୀଘ୍ର କରୀନା ମାଆ ହେବାକୁ ଯାଉଛନ୍ତି । ବଲିଉଡର ଏହି ଷ୍ଟାର ଯୋଡି ସୈଫ ଅଲୀ ଖାନ ଓ କରୀନା କପୁର ଏହି ବର୍ଷର ଶେଷ ଆଡକୁ ନିଜ ପ୍ରଥମ ଶିଶୁର ମାତାପିତା ହେବେ । ସୈଫ ମୁମ୍ବାଇରେ ଏକ ସାକ୍ଷାତକାରରେ କହିଛନ୍ତି – “ ମୁଁ ଓ ମୋର ପତ୍ନୀ ଏହା ଘୋଷଣା କରୁଛୁ ଯେ , ଡିସେମ୍ବର ସୁଦ୍ଧା ଆମ ଘରକୁ ଜଣେ ଛୋଟ ଅତିଥି ଆସିବାକୁ ଯାଉଛି “ ।
କିଛି ଦିନ ତଳେ କରୀନା କପୁର ଏକ ସାକ୍ଷାତକାରରେ କହିଥିଲେ ସମୟ ଆସିଲେ ଆମର ଏ ଖୁସିକୁ ପ୍ରଥମେ ଫ୍ୟାନମାନଙ୍କୁ ଓ ମିଡିଆକୁ ଜଣାଇବୁ । ଏବେ ସେୟା ହିଁ କରିଛନ୍ତି ସୈଫ୍ ଅଲୀ । କରୀନାଙ୍କ ପ୍ରେଗ୍ନେସି ଖବର ସେତିକିବେଳେ ଜଣାପଡିଥିଲା ,ଯେତେବେଳେ ଲଣ୍ଡନରେ ସୈଫଙ୍କ ସହ କରୀନା ଡାକ୍ତରଙ୍କ କ୍ଲିନିକକୁ ଯିବାର କୈାଣସି ପ୍ରତିକ୍ରିୟା ଦେଇନଥିଲେ । ନିକଟରେ କରୀନା ଓ ସୈଫ୍ ଯେତେବେଳେ ଲଣ୍ଡନରୁ ଫେରିଲେ ,ସେତେବେଳେ ଏହି ଯୋଡି ମାତାପିତା ହେବାର କଥା ଚର୍ଚ୍ଚା ହେଲା । ଦୁହିଁଙ୍କର କିଛି ଫଟୋ ମଧ୍ୟ ମିଡିଆରେ ଛାଇ ଯାଇଥିଲା । ଯେଉଁଥିରେ କରୀନାଙ୍କ ଉଚ୍ଚା ପେଟକୁ ଦେଖି ସେ ମାଆ ହେବାର ଜଣାପଡୁଥିଲେ ।
ସୈଫ୍-କରୀନାଙ୍କ ପ୍ରେମ ସଂପର୍କ ୫ ବର୍ଷ ଧରି ଚାଲିବା ପରେ , ଅକ୍ଟୋବର ୨୦୧୨ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏହି ପ୍ରେମୀ ଯୋଡି । ଏବେ କରୀନାଙ୍କ ପ୍ରେଗ୍ନେସି ଖବର ନେଇ ଫ୍ୟାନ୍ ମହଲରେ ଚର୍ଚ୍ଚା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/07/01_06_2016-kareenasaif.jpg)
/kanak/media/post_attachments/wp-content/uploads/2016/07/kareena_650x400_51467450756-300x185.jpg)
/kanak/media/post_attachments/wp-content/uploads/2016/07/article-l-201661527213326493000-300x171.jpg)
/kanak/media/post_attachments/wp-content/uploads/2016/07/SK-story-300x178.jpg)