ଥମିନାହିଁ ବିବାଦ ! କଙ୍ଗନାଙ୍କ ଭଉଣୀ ହ୍ରିତିକଙ୍କୁ କଲେ କଟାକ୍ଷ

22

କନକ ବ୍ୟୁରୋ : ବଲିଉଡ ଅଭିନେତା ହ୍ରିତକ୍ ରୋଶନ ଓ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ମଧ୍ୟରେ ବିବାଦ ଏବେବି ଜୋର ଧରିଛି । ହ୍ରିତିକ୍ କଙ୍ଗନାଙ୍କ ବିରୁଦ୍ଧରେ ପୁଲିସ୍ ରେ ୨୯ ପୃଷ୍ଠାର କେସ୍ ଫାଇଲ୍ କରିବା ପରେ ଏବେ କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ବହୁତ କ୍ରୋଧିତ ହୋଇଛନ୍ତି । ସେ ନଜ ମନର ଏହି ଆବେଗକୁ ଟ୍ୱିଟରରେ ସେୟାର କରିଛନ୍ତି ।

ରଙ୍ଗୋଲି ଲେଖିଛନ୍ତି , ‘ଏହା ସବୁଠୁ ଭଲ ଯେ, ଆପଣ ନିଜର ଚେହେରାକୁ ଲୁଚାଇବା ପାଇଁ କଣ କରିପାରନ୍ତି ? ’ ସେ ନିଜର ଆଉ ଏକ ଟ୍ୱିଟରେ ଲେଖିଛନ୍ତି , ‘କଙ୍ଗନା ଏହି ସମୟରେ ସ୍କୁଲରେ ଥିଲେ , ଯେତେବେଳେ ଆପଣଙ୍କର ପ୍ରଥମ ଫିଲ୍ମ ଆସିଥିଲା । ଯଦି ସେ ଇଣ୍ଡଷ୍ଟ୍ରିରେ ନଥାନ୍ତା ତୁମକୁ ଅଙ୍କଲ ଡାକିଥାନ୍ତା ।’ ରଙ୍ଗୋଲି ଆଉ ଏକ ଟ୍ୱିଟ୍ କରି କହିଛନ୍ତି , ‘ କଙ୍ଗନାଙ୍କ ଭଳି ସୁନ୍ଦର , ଟ୍ୟାଲେଂଟେଡ୍ ଓ ଧନୀ ଝିଅକୁ ତୁମ ଭଳି ଅଙ୍କଲର ପିଛା କରିବା ଦରକାର ନାହିଁ । ତୁମେ ସବୁବେଳେ ତାଙ୍କର ପଛରେ ପଡିଥିଲେ । ସେ କେବେହେଲେ ତୁମର ପଛରେ ପଡିନଥିଲେ ।’

ଚତୁର୍ଥ ଟ୍ୱିଟରେ ରଙ୍ଗୋଲି କହିଛନ୍ତି, ‘ଏହାପରେ ତୁମେ ତାହାର ଛବିକୁ ମନ୍ଦ କରିବାକୁ ଚେଷ୍ଟା କରୁଛ , ଯେବେ ତୁମ ପାଖରେ କହିବାକୁ କିଛି ବି ନାହିଁ ।’ ୫ମ ଟ୍ୱିଟ୍ ରେ ରଙ୍ଗୋଲି କହିଛନ୍ତି , ‘ କେହି ବି କହିପାରିବେ ପିଛା କିଏ କାହାର କରୁଥିଲା । କଙ୍ଗନାକୁ ଭୁଲିଯାନ୍ତୁ , ସେ ଆଗକୁ ଖୁବ ଯାଇଛି ଏବଂ ପିଛା କରୁଥିବା ଅଙ୍କଲ ଏବେ ନିଜ ପିଲା ଓ ପତ୍ନୀଙ୍କୁ ଧ୍ୟାନ ଦିଅନ୍ତୁ ।’