ରାଣୀ ଲକ୍ଷ୍ମୀବାଈ ହେଲେ କଙ୍ଗନା !

65

ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ନିଜ ଅଭିନୀତ ଚଳଚିତ୍ର ‘ମଣିକର୍ଣିକା ଦ କ୍ୱିନ ଅଫ ଝାନ୍ସୀ ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ବର୍ତ୍ତମାନ ଫିଲ୍ମ ସେଟରେ ତାଙ୍କ ରାଣୀ ଲକ୍ଷ୍ମୀବାଇ ଲୁକର ଫଟୋ ସାମନାକୁ ଆସିଛି । ଏଥରେ ସେ ଏକ ସାଧାରଣ ଶାଢୀ ପିନ୍ଧି ଗମ୍ଭୀର ଅବସ୍ଥାରେ ନଜର ଆସିଛନ୍ତି ।

ବର୍ତ୍ତମାନ ଜୟପୁରରେ ଚାଲିଛି ଏହି ଚଳଚିତ୍ରର ସୁଟିଂ । ଫଟୋରେ କଙ୍ଗନା ରନାୱତ ରାଣୀ ଲକ୍ଷ୍ମୀବାଇଙ୍କ ଭଳି ଶାଢୀ ପରିଧାନ କରିଥିବା ନଜରକୁ ଆସିଛନ୍ତି । ସେ ହାଲକା ରଂଗର ଶାଢୀ ଓ ନାଲି ବିନ୍ଦି ଲଗାଇଛନ୍ତି , କାନ୍ଧରେ ଏକ ଚେକ୍ ଶାଲ ମଧ୍ୟ ପରିଧାନ କରିଛନ୍ତି । ତାଙ୍କର ପୂର୍ବ ଫିଲ୍ମ ‘ସିମରନ’ ବକ୍ସ ଅଫିସରେ କିଛି ଖାସ୍ ଯାଦୁ ଦେଖାଇ ପାରିନଥିଲା । ତେଣୁ ଏହି ଚଳଚିତ୍ରର ସଫଳତାକକୁ ନେଇ ସେ କଠିନ ପରିଶ୍ରମ କରିଛନ୍ତିି । କିଛି ଦିନ ପୂର୍ବେ ଏହି ଫିଲ୍ମର ଖଣ୍ଡାଯୁଦ୍ଧ ତାଲିମ ଭିଡିଓ ସାମନାକୁ ଆସିଥିଲା ।