୨୨ ବର୍ଷର ସଂପର୍କରେ ପୂର୍ଣ୍ଣଚ୍ଛେଦ ! ପତ୍ନୀଙ୍କ ଠାରୁ ଛାଡ଼ପତ୍ର ନେଲେ ହିମେଶ୍

46

ହ୍ରିତିକ ରୋଶନ୍ – ସୁଜେନ୍ ଖାନ୍ ଓ ଅରବାଜ-ମଲାଇକାଙ୍କ ପରେ ବଲିଉଡର ଆଉ ଏକ ଯୋଡ଼ି ଏବେ ଅଲଗା ହୋଇଯାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଲୋକପ୍ରିୟ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ହିମେଶ୍ ରେଶମିୟା ଓ ତାଙ୍କ ପତ୍ନୀ ଆପୋଷ ବୁଝାମଣାରେ ଛାଡ଼ପତ୍ର ନେଇଛନ୍ତି ।

ଛାଡ଼ପତ୍ର ପରେ ହିମେଶ୍ କହିଛନ୍ତି , ଆମେ ଆପୋଷ ବୁଝାମଣାରେ ଛାଡ଼ପତ୍ର ନେଇଛୁ । ଦୁଇଜଣ ପରସ୍ପରକୁ ଖୁବ୍ ସମ୍ମାନ କରୁ । କେବଳ ଏମିତି କିଛି ପ୍ରସଙ୍ଗ ରହିଛି ଯେଉଁଥି ପାଇଁ ଆମେ ଏକାସାଙ୍ଗରେ ନରହିବାକୁ ନିଷ୍ପତ୍ତି ନେଇଥିଲୁ ।

ଡିସେମ୍ବରରେ ହିମେଶ୍ ବାନ୍ଦ୍ରା କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ ।  ହିମେଶ୍ ଓ ତାଙ୍କ ପତ୍ନୀ ଗତ କିଛି ଦିନ ହେଲା ଅଲଗା ରହୁଥିଲେ । ୨୧ ବର୍ଷ ବୟସରେ ହିମେଶ କୋମଲଙ୍କୁ ବିବାହ କରିଥିଲେ । ଦୁଇଜଣଙ୍କ ବିବାହକୁ ୨୨ ବର୍ଷ ହୋଇଗଲାଣି । ସେମାନଙ୍କର ଗୋଟିଏ ପୁଅ ମଧ୍ୟ ଅଛି ।