ରାମ ରହିମ୍ ଓ ହନିପ୍ରୀତିଙ୍କ ସଦସ୍ୟତା ହେଲା ରଦ୍ଦ ! ଫିଲ୍ମ ସଂଗଠନ ନେଲେ ଦୃଢ ପଦକ୍ଷେପ

ରାମ ରହିମ୍ ଓ ହନିପ୍ରୀତିଙ୍କ ସଦସ୍ୟତା ହେଲା ରଦ୍ଦ ! ଫିଲ୍ମ ସଂଗଠନ ନେଲେ ଦୃଢ ପଦକ୍ଷେପ

source-http://navbharattimes.indiatimes.com

ସରିଗଲା ରଙ୍ଗିଲା ବାବାଙ୍କ ରଙ୍ଗିନ ଦୁନିଆର ଖେଳ । ନିଜ ଆଶ୍ରମର ଅନୁଗାମୀ ଶିଷ୍ୟାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜେଲ ଯିବା ପରେ ସବୁ ବାବା ରାମ ରହିମର ଓଲଟପାଲଟ ହୋଇଯାଇଛି । ଯିଏ ଦିନେ ଅୟସ ଆରାମରେ ନିଜ ଡେରାରେ ଜୀବନ ବିତାଉଥିିଲେ ଆଜି ଜେଲର କାଳ କୋଠରୀରେ ଗଣୁୁଛନ୍ତି ଦିନ । ଆଉ ଏହାରି ଭିତରେ ଗୋଟିଏ ଗୋଟିଏ ଗୁମରର ପର୍ଦ୍ଦାଫାଶ ହେଉଛି ।ନିଜ ନାଁରେ ପିନ୍ଧିଥିବା ସାଧୁତାର ଖୋଳପା ଏବେ ଖୋଲିଯାଇଛି । ଅସଲ ଚେହେରା କଣ ଦୁନିଆ ଦେଖୁଛି ରାମ ରହିମଙ୍କର ।

ଭାରତୀୟ ଫିଲ୍ମ ଆଣ୍ଡ ଟେଲିଭିଜନ ଡାଇରେକ୍ଟର୍ସ ଆସୋସିଏସନ(ଆଇଏଫଟିଡିଏ) ଜେଲରେ ବନ୍ଦୀ ଥିବା ଡେରା ସଚ୍ଚା ସୈାଦା ପ୍ରମୁଖ୍ୟ ଗୁରମୀତ ରାମ ରହିମ ଓ ତାଙ୍କର ସହ ଯୋଗୀ ହନିପ୍ରୀତି କୈାରଙ୍କର ସଦସ୍ୟତା ରଦ୍ଦ କରିଦେଇଛନ୍ତି । ଯାହା ଦ୍ୱାରା ସେମାନେ ଭବିଷ୍ୟତରେ ଆଉ କୈାଣସି ଫିଲ୍ମ ନିର୍ମାଣ କରିପାରିବେ ନାହିଁ । ଏଥିପାଇଁ ପ୍ରତିବନ୍ଧକ ଲଗାଇଛନ୍ତି ଫିଲ୍ମ ସଂଗଠନ । ଆଉ କେବେ ବି ସେମାନେ ଏ ଦିଗରେ ଆଗେଇପାରିବେ ନାହିଁ । ଆଉ ଏଥିରେ ସହ ଯୋଗ କରିବ ନାହିଁ ଫିଲ୍ମ ସଂଗଠନ ।

ସଂଗଠନର ଅଧ୍ୟକ୍ଷ ଅଶୋକ ପଣ୍ଡିତ ଏହି ସୂଚନା ଦେଇଛନ୍ତି । ପଣ୍ଡିତ ଶନିବାର ଦିନ କହିଛନ୍ତି, ‘ରାମ ରହିମ୍ ଏବେ ଭାରତୀୟ ଫିଲ୍ମ ଓ ଟେଲିଭିଜନରେ କାମ କରିପାରିବେ ନାହିଁ । ଆଇଏଫଟିଡିଏ ଏ ଦୁହିଁଙ୍କର ସଦସ୍ୟତା ରଦ୍ଦ କରିଦେଇଛନ୍ତି । ଏହି ନିଷ୍ପତ୍ତି ଶୁକ୍ରବାର ସନ୍ଧ୍ୟାରେ ନିଆଯାଇଥିଲା ।’ ପଣ୍ଡିତ ଏହା ମଧ୍ୟ କହିଛନ୍ତି ଇଣ୍ଡିଆନ୍ ପିକ୍ଚସର୍ସ ପ୍ରଡ୍ୟୁସର୍ସ ଆସୋସିଏସନ ( ଆଇଏମପିଏଏ) ରାମ ରହିମ୍ ଙ୍କ ସଦସ୍ୟତାକୁ ସୋମବାରରୁ ଶେଷ କରିବା ଉପରେ ବିଚାର କରୁଛନ୍ତି । ଆଇଏଫଟିଡିଏ ରୁ ରାମ ରହିମ୍ ଙ୍କୁ ବାହାର କରିବାର କାରଣ ଦର୍ଶାଇ କହିଛନ୍ତି , ‘ଆମର ରଚନାତ୍ମକ ଓ ପ୍ରତିଷ୍ଠିତ ଲୋକଙ୍କ ସଂଗଠନ ଅଟେ । ଆମ ମଧ୍ୟରେ ଗୁଣ୍ଡା ଓ ଅପରାଧୀ ଲୋକ ରହିପାରିବେ ନାହିଁ । ଆଇନ ଏମାନଙ୍କୁ କଡା ଦଣ୍ଡ ଦେଇଛି  ଏବଂ ଏହା ଉପରେ ବିଚାର କରାଯାଇଛି କି ହରିଆଣାରେ ତାଙ୍କର ଛଳ କପଟ ଯୋଗୁଁ ଅନେକ ଲୋକ ମରିଗଲେ ।’

ସିବିଆଇର ବିଶେଷ କୋର୍ଟ ଦୁଇ ଜଣ ସାଧ୍ୱୀ ଶିଷ୍ୟାଙ୍କ ସହ ଦୁଷ୍କର୍ମ କରିବା ଆରୋପରେ ରାମ ରହିମଙ୍କୁ ୨୮ ଅଗଷ୍ଟରେ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି । ରାମ ରହିମ ‘ଏମଏସଜି : ଦ ମେସେଂଜର’, ‘ଏମଏସଜି-୨ : ଦ ମେସେଂଜର’, ‘ଏମଏସଜି : ଦ ୱାରିୟର ଲାୟନ ହାର୍ଟ’, ‘ ହିନ୍ଦ୍ କା ନାପାକ କୋ ଜବାବ : ଦ ୱାରିୟର ଲାୟନ ହାର୍ଟ-୨’ଓ ‘ଜଟ୍ଟୁ ଇଂଜିନିୟର’ ଭଳି ଫିଲ୍ମରେ ଜଣେ ଅଭିନେତା ଭାବେ କାମ କରିଛନ୍ତି । ରହିମ୍ ଏହି ସବୁ ଫିଲ୍ମର ଲେଖକ ଓ ନିର୍ଦ୍ଦେଶକ ମଧ୍ୟ । ହନିପ୍ରୀତି, ଯାହାଙ୍କୁ ଡେରା ୱେବସାଇଟରେ ରାମ ରହିମଙ୍କର ପୋଷ୍ୟ କନ୍ୟା ଭାବେ କୁହାଯାଉଛି । ଆଉ ଏହି ହନିପ୍ରୀତି ମଧ୍ୟ କିଛି ଫିଲ୍ମରେ ସହ-ନିର୍ଦ୍ଦେଶକର କାମ କରିଛନ୍ତି । ( ସୌଜନ୍ୟ- ନବଭାରତ ଟାଇମ୍ସ)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe