‘ବିଗ ବସ୍ ୧୧’ ର ପ୍ରତିଯୋଗୀ ସପନା ଚୈାଧରୀଙ୍କ ସୁଇସାଇଡ୍ ନୋଟ୍ ଭାଇରାଲ୍ !

14

କଂଟ୍ରୋଭର୍ସଲ ରିଏଲିଟି ସୋ’ ‘ବିଗ୍ ବସ୍ ’ ରେ ଗତ ଥର ଭଳି ଏହି ଥର ମଧ୍ୟ ସେଲିବ୍ରିଟି ଓ ସାଧାରଣ ଜନତା ରହିଛନ୍ତି । ସାଧାରଣ ଜନତା ଭାବେ ଗୋଟିଏ ନାଁ ସପନା ଚୈାଧରୀ ଏବେ ଚର୍ଚ୍ଚାରେ । ଯିଏ ଏପିସୋଡର ଆରମ୍ଭରେ ସଲମାନଙ୍କୁ କହିଥିଲେ , କିଛି ବର୍ଷ ପୂର୍ବେ ସେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଏବେ ସୋ’ର ଫିଭର ଦର୍ଶକଙ୍କୁ ପ୍ରଭାବିତ କରିଛି ଏବଂ ସପନାଙ୍କ ସୁଇସାଇଡ୍ ନୋଟ୍ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ନିଜର ନୋଟରେ ହରିଆଣାର ଏହି ଡ୍ୟାନ୍ସର ନିଜ ପରିବାରର ଆର୍ଥିକ ଅଭାବବୋଧକୁ ଦର୍ଶାଇଛନ୍ତି । ସେ ଲେଖିଛନ୍ତି , ନିଜ ପରିବାରକୁ ଚଳାଇବା ପାଇଁ ନାଚ-ଗୀତ କରିବାରେ ସେ ଗର୍ବ ଅନୁଭବ କରନ୍ତି । ଆଉ ଏହାକୁ ନେଇ ସେ କେବେ ସଂକୋଚ କରନ୍ତି ନାହିଁ ବୋଲି କହିଛନ୍ତି । ସେ ନିଜର ପତ୍ରରେ ଆତ୍ମହତ୍ୟାର କାରଣ କହି ନବାବ ସତପାଲ ତମ୍ବରଙ୍କ ନାଁ ମଧ୍ୟ ଲେଖିଛନ୍ତି । ଏବଂ ଦାବି କରିଥିଲେ ତାଙ୍କୁ ଜେଲ୍ ଦଣ୍ଡ ମିଳୁ । ସପନା ନିଜର ଏହି ପତ୍ରରେ ଆହୁରି ଅନେକ କଥାକୁ ଦର୍ଶାଇଛନ୍ତି । ଯାହା ଅନେକ ଗୋପନ କଥାକୁ ଖୋଲିଛି ।

ଗତ ଏପିସୋଡରେ ଏକ ଟାକ୍ସ ସମୟରେ ସପନାଙ୍କୁ ଅର୍ଶୀ ନିଜ ପାଦ ଦବାଇ କିଛି କହିଥିଲେ , ଯାହାକୁ ନେଇ ସେ ବହୁତ ଚିଡି ଯାଇଛନ୍ତି । ଚଳିତ ଏପିସୋଡରେ ସପନା ଓ ଅର୍ଶୀଙ୍କ ମଧ୍ୟରେ ଭୟଙ୍କର ଲଢାଇ ହୋଇଛି , କାହିଁକି ନା ସେ ତାଙ୍କୁ ନାଚବାଲି କହିଥିଲେ । ଆଉ ଏହି ଲଢେଇ ଦର୍ଶକଙ୍କର ଆଗ୍ରହର ଖୋରାକ୍ ସାଜିଛି ।

( ସୌଜନ୍ୟ-ନବଭାରତ ଟାଇମ୍ସ)