ଫିଲ୍ମ ‘ବାହୁବଳୀ ୨’ ର ରିଲିଜର ଠିକ୍ ୪୮ ଘଣ୍ଟା ପୂର୍ବରୁ ଦର୍ଶକଙ୍କ ମଧ୍ୟରେ ବ୍ୟାକୁଳତା ବଢିଯାଇଛି । ବୁଧବାର ଦିନ ପୁରା ହାଇଦ୍ରାବାଦ ସହରରେ ଯେମିତି ଲାଗୁଥିଲା ବାହୁବଳୀ କୁ ନେଇ ଝଡ ସୃଷ୍ଟି ହୋଇଛି । ଟିକେଟ ପାଇବା ପାଇଁ ଲୋକେ ଗୋଟେ ସିନେମା ହଲରୁ ଆଉ ଗୋଟେ ସିନେମା ହଲକୁ ଦୈାଡୁଥିଲେ ।
ସୂଚନା ଅନୁସାରେ , ବାହୁବଳୀର କ୍ରେଜକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ଏହି ଫିଲ୍ମକୁ ନେଇ ଲୋକେ ଏତେ ପାଗଳ ଯେ ,ତାହା ଦେଖାଯାଇଛି । ଲୋକେ ଫିଲ୍ମର ଟିକେଟ ଆଗୁଆ ବୁକିଂ ପାଇଁ ୩ କିଲୋମିଟର ଯାଏ ଲମ୍ବା ଲାଇନ ଲାଗିଥିଲେ । ନିକଲେସ୍ ରୋଡରେ ଥିବା ପ୍ରସାଦ ଆଇମେକ୍ସ ଥିଏଟର ବାହାରେ ବାହୁବଳୀ ଟିକେଟ ପାଇଁ ଖଚାଖଚ୍ ଭିଡ୍ ଜମିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/bahubali-line.png)