ଫେସବୁକରେ ୧ଘଣ୍ଟାର ଲାଇଭ୍ ‘ବାହୁବଳୀ : ଦ କନକ୍ଲୁଜନ’ ! ଚିନ୍ତାରେ ପ୍ରଯୋଜକ

ଫେସବୁକରେ ୧ଘଣ୍ଟାର ଲାଇଭ୍ ‘ବାହୁବଳୀ : ଦ କନକ୍ଲୁଜନ’ ! ଚିନ୍ତାରେ ପ୍ରଯୋଜକ

source-https://silverscreen.in

rajmouliଏସଏସ୍ ରାଜମୈାଳୀଙ୍କ ବାହୁବଳୀ : ଦ କନକ୍ଲୁଜନ ଶୁକ୍ରବାର ରିଲିଜ ହୋଇ ବିଶ୍ୱରେ ଖୁବ୍ ଲୋକପ୍ରିୟ ହୋଇଛି । ଭାରତରେ ରିଲିଜ ହେବାର ଗୋଟିଏ ଦିନ ପୂର୍ବରୁ ଏହା ସାଉଦି ଆରବରେ ରିଲିଜ ହୋଇଥିଲା । କୁଏତର ଜଣେ ଦର୍ଶକ ଏହି ଫିଲ୍ମକୁ ଫେସବୁକରେ ପାଖାପାଖି ୧ଘଣ୍ଟା ପାଇଁ ଲାଇଭ କରିଥିଲେ । ଯାହାକୁ ନେଇ ଏହା ଏସଏସ୍ ରାଜମୈାଳୀଙ୍କୁ ଚିନ୍ତାରେ ପକାଇଛି । ଆଉ ପ୍ରଶଂସକମାନଙ୍କୁ ମାଗିଛନ୍ତି ସହାୟତା । ଏହି ଚୋରୀ ଲିଙ୍କକୁ ଇଣ୍ଟରନେଟରେ ଦେଖୁଛନ୍ତି ତ ଏହାକୁ ହଟାଇଦେବାକୁ କହିଛନ୍ତି ।

ଏବେ ସୋସିଆଲ ମିଡିଆର ଜମାନା । ସେଲିବ୍ରେଟି ମାନଙ୍କୁ ପ୍ରଶଂସଙ୍କ ନିକଟତର କରାଇବାରେ ଏହାର ଭୂମିକା ଖୁବ୍ ବେଶୀ । ହେଲେ ଏହା ଦ୍ୱାରା ଏକ ନୂଆ ଅସୁବିଧା ସୃଷ୍ଟି ହୋଇଛି । ସୋସିଆଲ ମିଡିଆରେ ଚୋରି ,ଏକ ନୂଆ ଓ ମୁଖ୍ୟ ସମସ୍ୟା ସାଜିଛି ଫିଲ୍ମ ପ୍ରଯୋଜକଙ୍କ ପାଇଁ । ଫିଲ୍ମ ବାହୁବଳୀ ପୂର୍ବରୁ ଆମିର ଖାନଙ୍କ ବ୍ଲକବ୍ଲଷ୍ଟର ଫିଲ୍ମ ‘ଦଙ୍ଗଲ’ ମଧ୍ୟ ଦୁବାଇରେ ଫେସବୁକରେ ଲିକ୍ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe