ଶୁଣିବାକୁ ମିଳିଛି ରଣବୀର ସିଂହ ଓ ଦୀପିକା ପାଦୁକୋଣ ସେମାନଙ୍କର ସଂପର୍କକୁ ଆହୁରି ଆଗକୁ ବଢାଇବାରେ ଲାଗିଛନ୍ତି । ଏବେ ଦୀପିକା ଓ ରଣବୀର ବହୁତ ଶୀଘ୍ର ପରସ୍ପରର ପଡୋଶୀ ହେବାକୁ ଯାଉଛନ୍ତି ।
ଅନଲାଇନ୍ ରିପୋର୍ଟ୍ସ ଅନୁସାରେ ରଣବୀର ବହୁତ ଶୀଘ୍ର ଦୀପିକା ରହୁଥିବା କଂପ୍ଲେକ୍ସକୁ ଯିବାକୁ ପ୍ରସ୍ତୁତ କରୁଛନ୍ତି । ଯେଉଁଠାରେ କିଛି ଦିନ ହେଲା ରହୁଛନ୍ତି ଦୀପିକା । ଶୁଣାଯାଉଛି ଯେ, ରଣବୀର , ଦୀପିକାଙ୍କ ପାଖାପାଖି ରହି ଅଧିକରୁ ଅଧିକ ସମୟ ତାଙ୍କ ସହ ବିତେଇବାକୁ ଚାହୁଁଛନ୍ତି । ଦୁଇଜଣ ସଂଜୟ ଲୀଳା ଭଂସାଲୀଙ୍କ ଆଗାମୀ ଫିଲ୍ମ ‘ପଦ୍ମାବତୀ’ ରେ ନଜର ଆସିବାକୁ ଯାଉଛନ୍ତି । ଦୁହେଁ ସୁଟିଂ ସହ ଅଲଗା ଅଲଗା କାମ ପାଇଁ ବ୍ୟସ୍ତ ରହୁଥିବାରୁ , ଅବସର ସମୟରେ ପାଖେ ପାଖେ ରହିବାକୁ ଚାହିଁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/06/ranveer-deepika.jpg)