ଗୋଟିଏ ଫିଲ୍ମରେ ନଜର ଆସିବେ ବାପା-ଝିଅ ! ଅନିଲ କପୁର ଓ ସୋନମ ଏକାଠି କରିବେ ଫିଲ୍ମ

37

ବଲିଉଡରେ ଅନେକ ସଫଳ ବାପା-ଝିଅଙ୍କ ଯୋଡି ନଜର ଆସିଛନ୍ତି । ଆଉ ଏବେ ଏହି ତାଲିକାରେ ସାମିଲ ହେବାକୁ ଯାଉଛନ୍ତି ଅଭିନେତା ଅନିଲ କପୁର ଓ ତାଙ୍କ ଝିଅ ଅଭିନେତ୍ରୀ ସୋନମ କପୁର । ଦୁହେଁ ଏକାଠି ଗୋଟିଏ ଫିଲ୍ମରେ ନଜର ଆସିବେ । ଏଥିପାଇଁ  ସାଇନ୍ anil-sonamକରିଛନ୍ତି । ଜଣେ ସଫଳ ଅଭିନେତ୍ରୀ ରୂପରେ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଥିବା ସୋନମ, ନିଜ ପିତା ଅନିଲ କପୁରଙ୍କ ସହ କରିବେ ଫିଲ୍ମ । ଆଉ ରିୟଲ ଲାଇଫର ଏହି ଝିଅ , ରିଲରେ ମଧ୍ୟ ହେବେ ବାପାଙ୍କର ଝିଅ ।

ଗତ ବର୍ଷ ଏକ ରିପୋର୍ଟ ସାମ୍ନାକୁ ଆସିଥିଲା କି ଫିଲ୍ମ ନିର୍ମାତା ବିଧୁ ବିନୋଦ ଚୋପ୍ରାଙ୍କ ଭଉଣୀ ଶେଲି ଚୋପ୍ରା ମାକ୍ରୋ, ଭାଇଙ୍କ ସହ ମିଶି ବାପା-ଝିଅଙ୍କ ବିଷୟରେ ଆଧାରିତ ଫିଲ୍ମ ତିଆରି କରିବାକୁ ଚାହୁଁଛନ୍ତି । ଶେଲିଙ୍କ ଠାରୁ ଏହି ବିଷୟରେ କଥା ହେବା ଦ୍ୱାରା ସେ କହିଥିଲେ, ‘ଏବେ କିଛି ଏ ବିଷୟରେ କାର୍ଯ୍ୟ ଆରମ୍ଭ ହୋଇନି ଓ ଏହା ବିଷୟରେ ଏବେ କିଛି କହିବା ଠିକ୍ ହେବ ନାହିଁ । ଖୁବ୍ ଶୀଘ୍ର ଏ ବିଷୟରେ ଘୋଷଣା କରାଯିବ ।’

anil-harshbadhanଶେଲି ଏହି ଚର୍ଚ୍ଚାକୁ ନେଇ ଖାଲି ଏତିକି କହିଥିଲେ ଯେ, ‘ହଁ , ମୁଁ କେବଳ ଏତିକି କହିପାରିବି କି ମୁଁ ଏହି ଫିଲ୍ମରେ କାମ କରୁଛି । ଓ ଏହାର କାଷ୍ଟ ଫାଇନାଲ୍ ହୋଇନାହିଁ ।’ ଅନିଲ୍ ଓ ସୋନମ୍ ଙ୍କୁ ନେଇ ସଠିକ୍ ତଥ୍ୟ ଦେଇନାହାଁନ୍ତି ଶେଲି । ଅନିଲ କପୁର ଓ ସୋନମ ଦୁହେଁ ମଧ୍ୟ ଏବିଷୟରେ କିଛି କହିନାହାଁନ୍ତି । ଆଉ ମଧ୍ୟ ଶୁଣିବାକୁ ମିଳୁଛି ବିନୋଦ ମେହରାଙ୍କ ପୁଅ ରୋହନ ମଧ୍ୟ ଏହି ଫିଲ୍ମର ଅଂଶୀଦାର ହୋଇପାରନ୍ତି । ବର୍ତ୍ତମାନ ଅନିଲ କପୁର ରାକେଶ ଓମପ୍ରକାଶଙ୍କ ‘ଫନ୍ନେ ଖାଁ’ , ସୋନମ ‘ବୀର ଦି ୱେଡିଂ’ର ସୁଟିଂରେ ବ୍ୟସ୍ତ ।

ସୂଚନା ଯେ, ଅନିଲ୍ ନିଜର ପୁଅ ହର୍ଷବର୍ଦ୍ଧନଙ୍କ ସହ ମିଶି ଅଲମ୍ପିକ୍ ପଦକ ବିଜେତା ସୁଟର ଅଭିନବ ବିନ୍ଦ୍ରାଙ୍କ ଉପରେ ଏକ ବାୟୋପିକ୍ କରିବାକୁ ଯୋଜନା କରୁଛନ୍ତି । ଫିଲ୍ମରେ ଦୁଇଜଣ ପିତା-ପୁତ୍ର ଭୂମିକାରେ ନଜର ଆସିବେ ।