‘ଗୋଲମାଲ’ ଫିଲ୍ମ ଫ୍ରାଂଚାଇଜ୍ ର ସଫଳ ନିର୍ଦ୍ଦେଶକ ରୋହିତ୍ ଶେଟ୍ଟୀ ପ୍ରଥମ ଫିଲ୍ମ ‘ଗୋଲମାଲ’ ବିଷୟରେ କହିଛନ୍ତି, ‘ମୁଁ ଓ ଅଜୟ ଏକ ଫିଲ୍ମର ଶୁଟିଂରେ ବ୍ୟସ୍ତ ଥିଲୁ । ସେତେବେଳେ ନିର୍ଦ୍ଦେଶକ ନୀରଜ ଭୋହରା ମୋ ପାଖକୁ ଏକ କମେଡି ଫିଲ୍ମର ସ୍କ୍ରିପ୍ଟ ନେଇ ଆସିଥିଲେ । ମୁଁ ଏହି ବିଷୟରେ ଅଜୟଙ୍କ ସହ କଥା ହେଲି । ଏବଂ ସେ ତୁରନ୍ତ ଏଥି ପାଇଁ ହଁ ବି କଲେ । ସେବେ ଠାରୁ ଆଜି ଯାଏ ‘
ଗୋଲମାଲ’ ଓ ଏହାର ସବୁ ସିକ୍ୱେଲ ଦର୍ଶକଙ୍କୁ ପସନ୍ଦ ଆସିଛି ।’
ବଲିଉଡରେ ନିଜର ସଫଳ ଯାତ୍ରା ବିଷୟରେ ରୋହିତ୍ କୁହନ୍ତି , ‘ମୁଁ ଭାଗ୍ୟବାନ ଯେ ନୀରଜ ଏହି ସ୍କ୍ରିପ୍ଟ ମୋ ପାଖକୁ ନେଇ ଆସିଥିଲେ । ନୁହେଁତ ମୋତେ କେବେ ବି ଏହି ଫିଲ୍ମଟି କରିବାକୁ ସୁଯୋଗ ମିଳିନଥାନ୍ତା । ଏବଂ ମୋତେ କେବଳ ଜଣେ ଆକ୍ସନ ଡାଇରେକ୍ଟର ଭାବେ ସମସ୍ତେ ଜାଣିଥାନ୍ତେ ।’
ରୋହିତ୍ ନିଜର ସ୍ୱପ୍ନ ବିଷୟରେ ଅବତାରଣା କରି କହିଛନ୍ତି , ‘ମୁଁ ଅମିତାଭ ବଚ୍ଚନ ସାର୍ ଙ୍କ ସହ କାମ କରିବାକୁ ଚାହୁଁଚି । ଏହା ମୋର ଏକ ସ୍ୱପ୍ନ ରହିଛି । ଯେଉଁଦିନ ମୋତେ ତାଙ୍କ ଭଳି ଏକ କ୍ୟାରେକ୍ଟର ମିଳିଯିବ । ମୁଁ ନିଶ୍ଚୟ ତାଙ୍କ ପାଖକୁ ଯିବି । ଅମିତାଭ ସାର୍ ମୋର ପସନ୍ଦର କଳାକାର । ସେ ମୋର ଅତି ପ୍ରିୟ । ମୁଁ ତାଙ୍କୁ ନେଇ ଏକ କମର୍ଶଲ ଫିଲ୍ମ କରିବାକୁ ଚାହୁଁଛି ।’
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/dc-Cover-uk7l8cjreooaas06uvg4d2uk25-20170330010839.Medi-1.jpeg)