ଶୁକ୍ରବାର ଦିନ ବଲିଉଡ ଶେହେନସା ଅମିତାଭଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘ସରକାର-୩’ ପରଦାକୁ ଆସିଛି । ଏହା ସହ କୋଲକତାର ପ୍ରଶଂସଙ୍କମାନେ ତାଙ୍କର ଏ ପ୍ରତିମୂର୍ତ୍ତୀକୁ ସ୍ଥାନ ଦେଇଛନ୍ତି ଏକ ସଂଗ୍ରହାଳୟ ତଥା ମନ୍ଦିରରେ । ଏହାକୁ ଅମିତାଭଙ୍କୁ ସମର୍ପଣ କରିଛନ୍ତି ବୋଲି କହିଛନ୍ତି ଏହାର ନିର୍ମାତା ସୁବ୍ରତା ବୋଷ ।
ଅମିତାଭ ବଚ୍ଚନଙ୍କ ଏହି ପ୍ରତିମୂର୍ତ୍ତୀରେ ‘ସରକାର’ ଫିଲ୍ମର ଚରିତ୍ର ସୁଭାଷ ନର୍ଗେ ଅନୁଯାୟୀ ଗଢାଯାଇଛି । ବୋଷଙ୍କୁ ୨୫ କେ.ଜିର ଏହି ଲାଇଫ୍ ଷ୍ଟାଇଲ୍ ଷ୍ଟାଚ୍ୟୁକୁ ଗଢିବା ପାଇଁ ୩ ମାସ ଲାଗିଛି । ବେଙ୍ଗଲର ଅମିତାଭ ପ୍ରଶଂସକମାନଙ୍କ ଆସୋସିଏନ ଦ୍ୱାରା ଏହି ଷ୍ଟାଚ୍ୟୁକୁ ଅନାବରଣ କରାଯାଇଛି । ଆଉ ଏହା ଅମିତାଭଙ୍କ ବିଶ୍ୱ ବ୍ୟାପି ଲୋକପ୍ରିୟତାର ଏକ ନିଦର୍ଶନ ଓ ସେ ମଧ୍ୟ ଲୋକଙ୍କ ହୃଦୟରେ ଭଗବାନଙ୍କ ଭଳି ରହିଛନ୍ତି ବୋଲି କୋଲକତାର ପ୍ରଶଂସଙ୍କମାନେ କହିଛନ୍ତି ।
( ସୈାଜନ୍ୟ : ଟାଇମ୍ସ ଅଫ୍ ଇଣ୍ଡିଆ )
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/05/amitabh.jpg)