ଅମିତାଭ ହେବେ ଭୀଷ୍ମ ! ୭ଶହ କୋଟି ଟଙ୍କାରେ ତିଆରି ହେବ ‘ମହାଭାରତ’
ମହାଭାରତରେ ଭୀଷ୍ମ ପିତାମହଙ୍କ ଭୂମିକା ସବୁଠୁ ପ୍ରଭାବଶାଳୀ ଭୂମିକାମାନଙ୍କ ମଧ୍ୟରେ ଗୋଟିଏ । ଯଦି ବଡ ପରଦାରେ ଏହାକୁ ତିଆରି ହୁଏ ତ ଆଜିକା ଦିନରେ ଅମିତାଭ ହିଁ ଏହି ଭୂମିକାରେ ପରଫେକ୍ଟ ହେବେ । ଭୀଷ୍ମଙ୍କ ଭୂମିକାରେ ଗମ୍ଭୀର ସ୍ୱର ଓ ଦମଦାର ଠାଣୀ ଦରକାର । ଆଉ ଏସବୁ ସାଦୃଶ୍ୟ କେବଳ ଅମିତାଭଙ୍କ ଠାରେ ହିଁ ରହିଛି । ଏବେ ଖୁବ୍ ଶ୍ରୀଘ୍ର ସିଲିଭର ସ୍କ୍ରିନରେ ଭୀଷ୍ମ ଚରିତ୍ରରେ ଅମିତାଭ ନଜର ଆସିବାର ସମ୍ଭାବନା ରହିଛ । ଏଥିନେଇ ତାଙ୍କ ସହ କଥାବାର୍ତ୍ତା ଚାଲିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ,ପ୍ରସିଦ୍ଧ ଏଡ୍ ଫିଲ୍ମ ପ୍ରଯୋଜକ ଏନଏ ଶ୍ରୀକୁମାର ମେନନ ମହାଭାରତ ଉପରେ ଆଧାରିତ ଏକ ବହୁଭାଷୀ ଫିଲ୍ମ କରିବାକୁ ଯାଉଛନ୍ତି । ମହାଭାରତକୁ ଆମେ ଏବେସୁଦ୍ଧା କୃଷ୍ଣ ଓ ପାଣ୍ଡବଙ୍କ ନଜରରେ ଦେଖିଆସିଛେ । କିନ୍ତୁ ଏହି ଫିଲ୍ମରେ ଭୀଷ୍ଣଙ୍କୁ ପ୍ରାଧ୍ୟାନ ଦେଇ ମହାଭାରତର ମହାଗାଥାକୁ ଦୃଶ୍ୟାୟନ କରାଯିବ । ଏଥିପାଇଁ ପ୍ରଯୋଜକ ମେନନ ଅମିତାଭଙ୍କ ସହ କଥାବାର୍ତ୍ତା ଚଳାଇଛନ୍ତି । ଯଦି ଅମିତାଭ ସବୁଜ ସଙ୍କେତ ଦିଅନ୍ତି ତ ,ଖୁବ୍ ଶ୍ରୀଘ୍ର ଫିଲ୍ମର କାମ ଆରମ୍ଭ ହେବ ।
୭୦୦-୮୦୦କୋଟି ମେଗା ବଜେଟରେ ନିର୍ମାଣ ହେବାକୁ ଥିବା ଏହି ଫିଲ୍ମ ଦୁଇ ଭାଗରେ ହେବ । ଫିଲ୍ମ ହିନ୍ଦି, ତାମିଲ,ତେଲୁଗୁ ଓ ଇଂରାଜୀ ଆଦି ଭାଷାରେ ସୁଟିଂ ହେବ । ଫିଲ୍ମଟି ୨୦୧୮ମସିହାର ଶେଷ ଆଡକୁ ସୁଟିଂ ଆରମ୍ଭ ହେବାର ସୂଚନା ରହିଛି ଏବଂ ୨୦୧୯ମସିହାର ଶେଷ ବା ୨୦୨୦ର ଆରମ୍ଭରେ ରିଲିଜ ହେବାର ଅଛି ।