ମୋର ଓ ସଲମାନଙ୍କ ବିବାହ ଚିନ୍ତା ସମସ୍ତଙ୍କୁ ଘାରିଛି : ତବୁ

45

ବଲିଉଡ ଅଭିନେତ୍ରୀ ତବୁ ଏହି ସମୟରେ ନିଜର ଫିଲ୍ମ ‘ଗୋଲମାଲ ଏଗେନ’ ର ପ୍ରମୋଶନରେ ବ୍ୟସ୍ତ । ଏହି ଅବସରରେ ନବଭାରତ ଟାଇମ୍ସ ଡଟ୍ କମ୍ ସହ କଥାବାର୍ତ୍ତା ବେଳେ ତବୁ ନିଜର ଫିଲ୍ମ ଛଡା ଅନ୍ୟ ବ୍ୟକ୍ତିଗତ କଥା ବି କହିଛନ୍ତି । ସକାଳ ୧୧ଟା ସମୟରୁ କ୍ରମାଗତ ଭାବେ ସନ୍ଧ୍ୟା ୮ଟା ଯାଏ ଅନେକ ମିଟିଂ ଓ ସାକ୍ଷାତକାର କରିବା ପରେ ପୁରାପୁରି ଥକିଯାଇଥିବା ତବୁ କହିଛନ୍ତି , ‘ ସକାଳୁ ଏକା ପ୍ରକାରର ପ୍ରଶ୍ନର ଉତ୍ତର ଦେଇ ଦେଇ ବହୁତ ଥକି ଯାଇଛି । ଏବେ ମୋର ମନ ଆଉ କଥାବାର୍ତ୍ତା ପାଇଁ ଇଚ୍ଛା ହେଉନି । କିନ୍ତୁ ଫିଲ୍ମର ରିଜିଲ୍ ପାଖରେ । ଏହି ଭିତରେ ସାକ୍ଷାତକାର ପାଇଁ ମନା ବି କରିପାରୁନି ।’

କ୍ଲାନ୍ତ ଓ ବ୍ୟସ୍ତ ତବୁ ଆରମ୍ଭରେ କିଛିି ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ‘ ସମସ୍ତେ ଖାଲି ଏହି ପ୍ରଶ୍ନ ପଚାରୁଛନ୍ତି । ଏବେ ଆପଣ ବି ମୋର ବିବାହ ବିଷୟରେ ପଚାରିଦିଅନ୍ତୁ । ମୋର ଓ ସଲମାନଙ୍କ ବିବାହର ଚିନ୍ତା ସବୁ ଲୋକଙ୍କର । ଯିଏ ବି ମୋର ବିବାହକୁ ନେଇ ପ୍ରଶ୍ନ ପଚାରୁଛନ୍ତି । ମୁଁ ବ୍ୟତିବ୍ୟସ୍ତ ହୋଇଗଲିଣି । ଏକାଭଳି ପ୍ରଶ୍ନ ଶୁଣିଶୁଣି । ୟାର ,କିଛି ଅଲଗା ପଚାରନା ।’

ଫିଲ୍ମରେ ନିଜର ଚରିତ୍ର ବିଷୟରେ କହିବାକୁ ଯାଇ ତବୁ କହିଛନ୍ତି, ‘ଗୋଲମାଲ ଏଗେନ’ ନିଶ୍ଚୟ ଏକ କମେଡି ଫିଲ୍ମ ଏବଂ ସବୁ ଲୋକ ଫିଲ୍ମରେ ହସେଇବାର କାମ କରୁଛନ୍ତି । କିନ୍ତୁ ଏହି ଫିଲ୍ମରେ ମୁଁ କମେଡି କରୁନାହିଁ । କମେଡି କରିବା ସତରେ ବଡ କଠିନ କଥା ଅଟେ । ମୋ ପାଇଁ କାମ ଖୁବ୍ ସରଳ ଅଟେ , କାରଣ ମୁୁଁ କିଛି ଅଲଗା କରିଛି ।