ସାଥୀ କଳାକାରଙ୍କୁ ଦୁର୍ବ୍ୟବହାର ପଡିଲା ମହଙ୍ଗା ! କପିଲଙ୍କୁ ଏୟାର ଇଣ୍ଡିଆର ଚେତାବନୀ

30

ଏୟାର ଇଣ୍ଡିଆ ପ୍ଲାନିଂ କରିଛି କପିଲ ଶର୍ମାଙ୍କୁ ଚେତାବନୀ ବାର୍ତ୍ତା ଦେବାପାଇଁ । ନିକଟରେ ମେଲବୋର୍ଣ୍ଣ-ଦିଲ୍ଲୀ ଫ୍ଲାଇଟରେ ନିଜ ସାଥୀ କଳାକାର ସୁନିଲ ଗ୍ରୋଭରଙ୍କୁ ନିଶାରେ ଥାଇ ଖରାପ ବ୍ୟବହାର କରିଥିଲେ । ଆଉ ଏହା ଚାରିଆଡେ ଖୁବ୍ ଚର୍ଚ୍ଚା ସାଜିଥିଲା ।

ଏୟାର ଇଣ୍ଡିଆ ମୁଖ୍ୟ ଅଶ୍ୱନି ଲୋହାନି ଏହି ଘଟଣାର ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ କପିଲ କମେଡିଆନ ସିନିଲ ଗ୍ରୋଭରଙ୍କୁ ଚାପୁଡା ମାରିବା ଓ ଜେତାରେ ପିଟିବା ଘଟଣା ଦର୍ଶାଯାଇଛି ।