ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନ ଓ ଜଣାଶୁଣା ଅଭିନେତା ଋଷି କପୁର ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଏକାଠି ଫିଲ୍ମରେ କାମ କରିବାକୁ ଯାଉଛନ୍ତି । କିନ୍ତୁ ଏ ବିଷୟରେ ଅଧିକ କିଛି ଜଣାପଡିନାହିଁ । ଏହି ଦୁଇ ଅଭିନେତା ‘ନସିବ୍ ’ , ‘ଅମର’ ‘ଅମର ଅକବର ଅନ୍ଥାନି’ ଓ ‘କଭି କଭି’ ଭଳି ଅନେକ ସଫଳ ଫିଲ୍ମରେ ଏକାଠି କାମ କରିଛନ୍ତି ।
ଋଷି କପୁର ଶୁକ୍ରବାର ରାତିରେ ଏକ ଟ୍ୱିଟ୍ କରି ଅମିତାଭଙ୍କ ଏକ ଫଟୋ ସେୟାର କରିଛନ୍ତି ଏବଂ ଶୀର୍ଷକରେ ଲେଖିଛନ୍ତି ‘ସର୍ବଦା ତାଙ୍କ ସହ କାମ କରିବା ଖୁସି ଓ ସମ୍ମାନର ବିଷୟ ଅଟେ ’ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/05/amitav-rishi-kapoor.jpg)