ଫିଲ୍ମ ଦେଖି ୧୩ ବର୍ଷୀୟା ଯୁବତୀ ହେଲେ ଗର୍ଭବତୀ : ଅଡୁଆରେ ସେନସର ବୋର୍ଡ

52

ଜଣେ ୧୩ ବର୍ଷୀୟା ଝିଅର ଅଦ୍ଭୁତ କାଣ୍ଡକୁ ନେଇ ସେନସର ବୋର୍ଡ ଅଡୁଆରେ । ତାମିଲ ଫିଲ୍ମ ‘କଲବାନି’ ଦ୍ୱାରା ପ୍ରଭାବିତ ହୋଇ ସେହି ଯୁବତୀ ଜଣକ ହୋଇଛନ୍ତି ଗର୍ଭବତୀ ହୋଇଛନ୍ତି ,କହିବା ପରେ ଫିଲ୍ମଟିକୁ ସାର୍ଟିଫିକେଟ ଦେଇଥିବା ସେନସର ବୋର୍ଡକୁ ଲାଗିଛି ଝଟକା । ଚେନ୍ନାଇ କୋର୍ଟ ସେନସର ବୋର୍ଡକୁ ସମନ ଜାରି କରିଛି । ଏଥିରେ ଫିଲ୍ମକୁ ଦିଆଯାଇଥିବା ସାର୍ଟିଫିକେଟ ଓ କଣ୍ଟେଟକୁ ନେଇ ପ୍ରଶ୍ନ ଉଠାଯାଇଛି ।

ସୂଚନା ଅନୁସାରେ ବିମଲ ଓ ଓଭିୟା ଅଭିନୀତ ଏହି ଫିଲ୍ମ ‘କଲବାନି’ ସର୍କୁନମଙ୍କ ନିର୍ଦ୍ଦେଶନାରେ ୨୦୧୦ରେ ରିଲିଜ ହୋଇଥିଲା । କୋର୍ଟ ଦ୍ୱାରା ଜାରି କରାଯାଇଥିବା ସମନରେ କହାଯାଇଛି –
୧୩ ବର୍ଷୀୟ ଏହି ଝିଅଟି ୧୦ ମାସ ପୂର୍ବେ ନିଜ ବୟଫ୍ରେଣ୍ଡ ସହ ଘରୁ ପଳାଇଥିଲା ଏବଂ ଏହା ସେ ଏହି ଫିଲ୍ମଟିରେ ପ୍ରଭାବିତ ହୋଇ କରିଥିବାର କହିଛି । ଏହି ଫଲ୍ମର କାହାଣୀରେ ବି ସେମିତି ନାୟକ ନାୟିକାକୁ ନେଇ ଚାଲିଯାଉଛି । ପରେ ବିବାହ କରୁଛି ।

ତଥ୍ୟ ଅନୁସାରେ , ପୁଲିସ ଗତ ସପ୍ତାହରେ ଏହି ଯୁବତୀକୁ ଖୋଜି କୋର୍ଟକୁ ଆଣିଛି । ଆଉ ଯୁବତୀର ପିତାମାତା ଏଥିପାଇଁ ଫିଲ୍ମଟିକୁ ଦୋଷାରୋପ କରିଛନ୍ତି ।