ସାଉଥ ସୁପରଷ୍ଟାର ଧନୁଷଙ୍କୁ ନିଜ ସନ୍ତାନ ବୋଲି ଦାବି କରୁଥିବା ଏକ ଦଂପତି ମାଡ୍ରାସ ହାଇ କୋର୍ଟରେ ଏକ ମାମଲା ଦାୟର କରିଥିଲେ । ଯାହା ଏବେ ଏକ ନୂଆ ମୋଡ ନେଇଛି । ଧନୁଷଙ୍କ ମେଡିକାଲ ରିପୋର୍ଟ ମୁତାବକ, ତାଙ୍କ କାନ୍ଧରେ ଥିବା କଳା ଜାଇଟିକୁ ସର୍ଜରୀ କରି ନଷ୍ଟ କରିଦିଆ ଯାଇଥାଏ ପାରେ । ତେବେ କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୭ ତାରିଖ ଯାଏଁ ସ୍ଥଗିତ ରଖିଛନ୍ତି ।
ସୂଚନା ଅନୁସାରେ, ଏକ ଦଂପତି ନିକଟରେ ଧନୁଷଙ୍କୁ ନିଜର ସନ୍ତାନ ବୋଲି ଦାବି କରିଛନ୍ତି । ଆଉ ଏନେଇ ସେମାନେ କୋର୍ଟରେ ମଧ୍ୟ ଏକ ମାମଲା ଦାୟର କରିଥିଲେ । ସେମାନେ ଧନୁଷଙ୍କଠାରୁ ୬୫.୦୦୦ ଟଙ୍କା ମୂଲ୍ୟର ମାସିକ ଭର୍ତ୍ତା ଦେବାପାଇଁ ଦାବି ମଧ୍ୟ କରିଛନ୍ତି । ତେବେ ସଂପୂର୍ଣ୍ଣ ମାମଲାର ଶୁଣାଣି କରି କୋର୍ଟ ଧନୁଷଙ୍କର ମେଡିକାଲ ଟେଷ୍ଟ ପାଇଁ ଆଦେଶ ଦେଇଥିଲେ ।
ସୋମବାର ଦିନ କୋର୍ଟରେ ପୈଠ କରାଯାଇଥିବା ଧନୁଷଙ୍କ ମେଡିକାଲ ରିପୋର୍ଟରେ ଦର୍ଶା ଯାଇଛି କି ଦଂପତି ଦାବି କରିଥିବା ତଥା ଧନୁଷଙ୍କ କାନ୍ଧରେ କୌଣସି କଳା ଜାଇ ନାହିଁ । କିନ୍ତୁ ଏହାକୁ ମଧ୍ୟ ସର୍ଜରୀ କରି ହଟା ଯାଇଥାଇପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/Couple-Claims-That-Dhanush-is-Their-Son.jpg)