ଆସିଲା କେବିସି ଜିଓ ଚାଟ୍ ଲାଇଫ୍ : ଏଣିକି ଘରେ ବସି ବି ଆପଣ ଦେଇପାରିବେ ଲାଇଫ ଉତ୍ତର ଏବଂ ଜିତି ପାରିବେ ଆକର୍ଷଣୀୟ ପୁରସ୍କାର

ଆସିଲା କେବିସି ଜିଓ ଚାଟ୍ ଲାଇଫ୍ : ଏଣିକି ଘରେ ବସି ବି ଆପଣ ଦେଇପାରିବେ ଲାଇଫ ଉତ୍ତର ଏବଂ ଜିତି ପାରିବେ ଆକର୍ଷଣୀୟ ପୁରସ୍କାର

Source; i.ytimg.com

ସୋନି ଟିଭିରେ ପ୍ରସାରିତ ଲୋକପ୍ରିୟ ଗେମ୍ ସୋ’ ‘କୌନ ବନେଗା କରୋଡପତି’ର ଉପସ୍ଥାପକ ଭାବେ ନଜର ଆସୁଥିବା ସୁପରଷ୍ଟାର ଅମିନାଭ ବଚ୍ଚନ ଏଥରକ ଆଣି ଆସିଛନ୍ତି ଜବରଦସ୍ତ ଉପହାର । ଅର୍ଥାତ୍ ଏଥରକ ଏହି ସିଜିନରେ ରହିଛି ଦୁଇ ଦୁଇଟି ଲାଇଫ୍ ଲାଇନ୍ସ ।

publive-imageତେବେ ପୂର୍ବରୁ ଥିବା ଲାଇଫ ଲାଇନ୍ ବ୍ୟବସ୍ଥା ତଥା ଫୋନ୍ ଏ ଫ୍ରେଣ୍ଡ୍ ଭଳି ନିୟମକୁ ପରିବର୍ତ୍ତନ କରାଯାଇ ଏଥରକ ଏହାକୁ ଭିଡିଓ କଲ୍ ଏ ଫ୍ରେଣ୍ଡ ରଖାଯାଇଛି । ସେହିପରି ଅନ୍ୟ ଲାଇଫ୍ ଲାଇନ୍ ହେଉଛି ଜିଓ ଚାଟ୍ । ଅର୍ଥାତ୍ ଯାହାଦ୍ୱାରା ଜଣେ ବ୍ୟକ୍ତି ନିଜ ଘରେ ବସି ମଧ୍ୟ ଏହି କାର୍ଯ୍ୟକ୍ରମକୁ ଲାଇଫ ଖେଳି ପାରିବେ ଏବଂ କେବିସିର ବିଜେତା ମଧ୍ୟ ହୋଇପାରିବେ । ତେବେ ଏହି ଲାଇଫ ଲାଇନ୍ ତଥା ଜିଓ ଚାଟ୍ ଜରିଆରେ ସଠିକ୍ ଉତ୍ତର ଦେଇଥିବା ବ୍ୟକ୍ତିବିଶେଷଙ୍କୁ ମିଳିବ କିଛି ପଏଂଟ୍ ଆଉ ଏହି ପଏଂଟକୁ ପରବର୍ତ୍ତୀ ସମୟରେ ମିଶାଇ ଦିଆଯାଇ ସବୁଠାରୁ ଅଧିକ ପଏଂଟ୍ ରଖିଥିବା ବ୍ୟକ୍ତି ବିଶେଷଙ୍କୁ ବିଜେତା ଘୋଷଣା କରାଯିବ । ଏଠାରେ ଆମେ କହି ରଖୁଛୁ କି, ଏହି ସୁବିଧା କେବଳ ଜିଓ ୟୁଜର୍ସଙ୍କ ପାଇଁ ହିଁ ଉଦ୍ଦିଷ୍ଟ ।

କିପରି କରିବେ ଜିଓ ଚାଟ୍

• ଏଥିପାଇଁ ଆପଣଙ୍କୁ କେବଳ ନିଜର ଜିଓ ନେଟୱର୍କ ଜରିଆରେ ଜିଓ ଚାଟ୍ ଡାଉନଲୋଡ କରିବାକୁ ପଡିବ ।

• ଏହାପରେ ନିଜର ନମ୍ବରକୁ ରେଜିଷ୍ଟର କରିବାକୁ ପଡିବ ।

• ଯେଉଁ ପ୍ରଶ୍ନ ‘କୌନ ବନେଗା କରୋଡପତି’ରେ ଲାଇଫ୍ ପଚରାଯାଉଥିବ ସେହି ସେହି ପ୍ରଶ୍ନଗୁଡିକ ଆପଣଙ୍କ ଜିଓ ଚାଟରେ ମଧ୍ୟ ଆସିବ ଏବଂ ଆପଣ ଏହି ସବୁ ପ୍ରଶ୍ନର ସଠିକ୍ ଉତ୍ତର ଘରେ ବସି ଦେଇପାରିବେ ।

• ଯେଉଁ ଖେଳାଳିଙ୍କର ସବୁଠାରୁ ଅଧିକ ସ୍କୋର ବା ଉତ୍ତର ଆସିବ ତାଙ୍କୁ ଏହି ଖେଳର ବିଜେତା ଭାବେ ଘୋଷଣା କରାଯିବ ।

କେବିସିର ସିଜିନ-୯ର କିଛି ବିଶେଷ କଥା

• କେବିସିର ଏହି ସିଜିନ୍ ପାଖାପାଖି ୬ ସପ୍ତାହ ଧରି ସିଧାପ୍ରସାରଣ ପ୍ରସାରିତ ହେବ ।

• ଏଥରକ ୧୫ଟି ପ୍ରଶ୍ନର ଉତ୍ତର ଦେବା ଉପରେ ମିଳିବ ୧ କୋଟି ଟଙ୍କା । ଯେବେକି ୧୬ତମ ପ୍ରଶ୍ନ ଉପରେ ମିଳିବ ୭ କୋଟି ଟଙ୍କା ।

• ଏଥରକ ଡିଜିଟାଲ୍ ଟଙ୍କା କାରବାର ରହିବ । ଅର୍ଥାତ୍ ଏପଟେ ଜିତିଲ ସେପଟେ ଟଙ୍କା ପହଂଚିଯିବ ବିଜେତାଙ୍କ ବ୍ୟାଙ୍କ ଖାତାରେ ।

• ବନ୍ଧୁଙ୍କ ନିକଟକୁ ସହାୟତା ପାଇଁ ଫୋନ ବ୍ୟବସ୍ଥା ତଥା ବିକଳ୍ପ ମିଳିବ ନାହିଁ । ବରଂ ଏଥିରେ ଭିଡିଓ କଲିଂ ସୁବିଧା ଦିଆଯିବ ।

• ଏଥରକ ଯୋଡିଦାର ଅପ୍ସନ ବି ରହିବ । ଯେଉଁଥିରେ ପରିବାରର ସଦସ୍ୟ କିମ୍ବା ବନ୍ଧୁ ସାମିଲ ହୋଇପରିବେ । ଯାହାଙ୍କୁ ପ୍ରଶ୍ନର ଉତ୍ତର ପଚରା ଯାଇପାରିବ ।

ତେବେ ଏଭଳି ଭାବେ ଆପଣ ଘରେ ବସି ବି କେବିସିରେ ଭାଗ ନେଇପାରିବେ । ଏଥିପାଇଁ ଆପଣଙ୍କୁ ଗୋଟିଏ କଥା ଉପରେ ଗୁରୁତ୍ୱ ଦେବାକୁ ପଡିବ କି ଏହାକୁ କେବଳ ଜିଓ ଫୋନର ଉପଭୋକ୍ତା ହିଁ ଖେଳି ପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe