ନାୟିକାଙ୍କୁ ବେଶ୍ୟା କହି ବିବାଦରେ ଆୟେସାଙ୍କ ସ୍ୱାମୀ ଫରହାନ !

87

ବଲିଉଡ୍ ଅଭିନେତ୍ରୀ ଆୟେସା ଟାକିଆ ଆଜି କାଲି ନିଜର ଓଠ ସର୍ଜରୀ ପାଇଁ ଚର୍ଚ୍ଚାରେ । ଏହାଛଡା ଆୟେସାଙ୍କ ପରିବାର ମଧ୍ୟ କିଛି କମ୍ ନୁହେଁ । ଅନେକ ସମୟରେ ଆୟେସାଙ୍କ ଶାଶୂଘର କଥା ମଧ୍ୟ କଂଟ୍ରୋଭର୍ସିର ସବୁଠାରୁ ଶୀର୍ଷରେ ଥାଏ । ତେବେ ସମାଜବାଦ ପାର୍ଟିର ଜଣେ ଚର୍ଚ୍ଚିତ ନେତା ଅବୁ ଆଜମୀଙ୍କ ପୁଅ ଫରହାନ ଆଜମୀଙ୍କୁ ୨୦୦୯ରେ ଆୟେସା ବିବାହ କରିଥିଲେ । ଆଉ ତାଙ୍କର ମଧ୍ୟ ଏକ ପୁଅ ରହିଛି ।

ତେବେ ଆୟେସାଙ୍କ ଶ୍ୱଶୁର ଅବୁ ଅଜାମୀ ନିଜର ବିବାଦୀୟ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । ୨୦୧୪ରେ ବିବାହ ପୂର୍ବରୁ ଶାରୀରିକ ସଂପର୍କ ରଖୁଥିବା ମହିଳାଙ୍କୁ ଫାସି ଦଣ୍ଡ ଦେବା ଭଳି ବିବାଦୀୟ ମନ୍ତବ୍ୟ ଦେଇ କ୍ଷମା ପ୍ରାର୍ଥନା କରିଥିବା ବେଳେ ଆୟେସାଙ୍କ ସ୍ୱାମୀ ଫରହାନ ଏବେ ଜଣେ ଅଭିନେତ୍ରୀଙ୍କୁ ବେଶ୍ୟା କହି ବିବାଦ ଘେରରେ । ଘଟଣାଟି ହେଲା, ଅବୁ ଚଳିତ ବର୍ଷ ନୂଆ ବର୍ଷ ଅବସରରେ ବେଙ୍ଗାଲୁରରେ ମହିଳାଙ୍କ ପ୍ରତି ହୋଇଥିବା ଯୌନ ନିର୍ଜାତନାରେ ମହିଳାଙ୍କୁ ଦୋଷୀ କରିଥିଲେ । ଆଉ ଏହାକୁ ନେଇ ଅଭିନେତ୍ରୀ ଇଶା ଗୁପ୍ତା ଟୁଇଟ୍ କରି କହିଥିଲେ କି ‘ପ୍ରକୃତରେ ସେହି ମହିଳାଙ୍କୁ ଦୋଷୀ କରିବା ଉଚିତ ଯେଉଁମାନେ କି ଅଜଣାତରେ ତୁମ ଭଳି ମୂର୍ଖଙ୍କୁ ଜନ୍ମ ଦେଇଛନ୍ତି , ଅବୁ ଆଜମୀ ବୋଧେ ତୁମକୁ ଜନ୍ମ ଦେଇ ତୁମ ମାଆ ନିଜକୁ ଦୋଷୀ ମଣୁଥିବେ ।’

ଏହାର ଜବାବ ଦେଇ ଫରହାନ ଲେଖିଥିଲେ କି, ଇଶା, ଯେଉଁ ମହିଳା ଅବୁ ଆଜମୀଙ୍କୁ ଜନ୍ମ ଦେଇଛନ୍ତି ସେ ମୋ ଜେଜେମାଆ ଅଟନ୍ତି , ଯିଏ କି ନିଜର ପକ୍ଷ ରଖିବାକୁ ଆମ ଗ୍ରହଣରେ ନାହାଁନ୍ତି । ଆଉ ସେ ଥିଲେ ଆପଣଙ୍କଠୁ ଅଧିକ ସମ୍ମାନିତ ମହିଳା । କେବଳ ଏତିକି ନୁହେଁ ଫରହାନ ଆଉ ମଧ୍ୟ ଲେଖିଥିଲେ, ଦେହ ବିକି ଯିଏ ଟଙ୍କା ରୋଜଗାର କରେ ତାକୁ ଆମ ଭାଷାରେ ବେଶ୍ୟା କହି ଅପମାନ କରିଥାଉ । ତେବେ ଦେହ ଦେଖାଇ କୋଟି କୋଟି ଟଙ୍କା ରୋଜଗାର କରୁଥିବା ଇଶା ଗୁପ୍ତା ସମ୍ମାନିତ କାହିଁକି ?