ଟାଇଗର ସର୍ଫଙ୍କ ଫ୍ୟାନ ମାନଙ୍କ ପାଇଁ ଏକ ଧମାକେଦାର ଖବର । ଆଗାମୀ ବଲିଉଡ ମୁଭି ‘ଷ୍ଟୁଡେଂଟ ଅଫ୍ ଦି ଇୟର-୨’ ର ସୁଟିଂ ଦେହରାଦୁନରେ ଆରମ୍ଭ ହେଇସାରିଛି । ଧର୍ମା ପ୍ରଡକ୍ସନ ଦ୍ୱାରା ନିର୍ମିିତ ଏହି ସିନେମାରେ ଲିଡ ରୋଲରେ ନଜର ଆସିବେ ଅଭିନେତା ଟାଇଗର ସର୍ଫ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ପୁନିତ ମଲୋତ୍ରା । ଧର୍ମା ପ୍ରଡକ୍ସନର ଅଫିସିଆଲ ଟ୍ୱିଟର ପେଜ୍ରେ ସୁଟିଂ ଆରମ୍ଭ ହୋଇଥିବା ନେଇ ସୂଚନା ଦିଆଯାଇଛି ।
‘ଷ୍ଟୁଡେଂଟ ଅଫ ଦି ଇୟର’ ଫିଲ୍ମ ଟି ୨୦୧୨ ରେ ପରଦାକୁ ଆସିଥିଲା । ଏବେ ଏହାର ଦ୍ୱିତୀୟ ଭାବ ପ୍ରସ୍ତୁତ କରୁଛନ୍ତି ମେକର୍ । ତେବେ ଫିଲ୍ମରେ କିଏ ହେବେ ଟାଇଗରଙ୍କ ନାୟିକା ସେ ନେଇ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନାହିଁ । ଆସନ୍ତା ବୁଧବାର ଏହାର ଘୋଷଣା କରାଯିବ ବୋଲି ସୂଚନା ମିଳିଛି । ସୁଟିଂ ବେଳର ଅନେକ ଫଟୋ ଟ୍ୱିଟର ପେଜ୍ ରେ ସେୟାର କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/5-8.jpg)
/kanak/media/post_attachments/wp-content/uploads/2018/04/maxresdefault-11-300x169.jpg)