ନିରାପଦ ଏବଂ ଫଳପ୍ରଦ ବୋଲି ନିଶ୍ଚିତ ହେବାକୁ ସମସ୍ତ ପ୍ରସାଧନ ସାମଗ୍ରୀ ଏବେ କଠୋର ନିୟନ୍ତ୍ରଣ ନୀତି ନିୟମର ଅନୁସାରେ ଉତ୍ପାଦନ କରାଯିବ। ନୂଆ ପ୍ରସାଧନ ସାମଗ୍ରୀ ଉତ୍ପାଦନ କରିବାକୁ ଯାଉଥିବା କମ୍ପାନି ସବୁ ଅନୁମୋଦନ ପାଇବାକୁ ହେଲେ ନିୟନ୍ତ୍ରକମାନଙ୍କ ନିକଟରେ ଏଥିପାଇଁ ନିରାପତ୍ତା ତଥ୍ୟ ଦାଖଲ କରିବାକୁ ପଡ଼ିବ। ଡ୍ରାଫ୍ଟ୍ ନିୟମ ଅନୁସାରେ, ପ୍ରସାଧନ ସାମଗ୍ରୀ ସବୁ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡଙ୍କ ଅନୁମୋଦିତ ପ୍ୟାକେଜିଙ୍ଗ୍ ମାନ ଅନୁସାରେ ପ୍ୟାକ୍ ହେବ। ପ୍ରସାଧନ ସାମଗ୍ରୀ ପରୀକ୍ଷା ନିମନ୍ତେ କୌଣସି ଜୀବଜନ୍ତୁଙ୍କୁ ବ୍ୟବହାର କରାଯିବ ନାହିଁ।
ଏବେ ପ୍ରସାଧନ ସାମଗ୍ରୀ ସବୁ ଡ୍ରଗ୍ସ୍ ଆଣ୍ଡ୍ କସ୍ମେଟିକ୍ ଆକ୍ଟ୍ ଅଧୀନରେ ଅଛି, କିନ୍ତୁ ପ୍ରସାଧନ ସାମଗ୍ରୀ ନିମନ୍ତେ କୌଣସି ଭିନ୍ନ ନୀତିନିୟମ ନାହିଁ। ଡ୍ରାଫ୍ଟ୍ ନିୟମ ଅନୁସାରେ, ନିର୍ମାତାମାନେ ଉତ୍ପାଦର ବ୍ୟାଚ୍ ଓ କଞ୍ଚାମାଲ୍ର ରେକର୍ଡ କରି ତାହାକୁ ଅନ୍ୟୂନ ତିନି ବର୍ଷ ଯାଏ ରଖିବେ। ଉତ୍ପାଦ ସମ୍ପର୍କରେ ମିଥ୍ୟା କିଂବା ବିଭ୍ରାନ୍ତିକାର ପ୍ରଚାର କରିବେ ନାହିଁ। ଏହାଛଡ଼ା ଭାରତରେ ବିକ୍ରୟ ହେଉଥିବା ସମସ୍ତ ପ୍ରସାଧନ ସାମଗ୍ରୀରେ ବିଆଇଏସ୍ ଅନୁମୋଦିତ ଲେବଲ୍ ଲାଗିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/12/top-cosmetic-and-beauty-products_z15jqr.jpeg)
/kanak/media/post_attachments/wp-content/uploads/2018/12/benefit_diapo1-1380x898-300x195.jpg)