ଆଜିଠୁ ୨୧୪ ଆଦର୍ଶ ବିଦ୍ୟାଳୟରେ ନାମ ଲେଖା । ୪ଟି ପର୍ଯ୍ୟାୟରେ ନାମଲେଖା ପ୍ରକ୍ରିୟା ଶେଷ କରିବାକୁ ନିଷ୍ପତ୍ତି

ଆଜିଠୁ ୨୧୪ ଆଦର୍ଶ ବିଦ୍ୟାଳୟରେ ନାମ ଲେଖା । ୪ଟି ପର୍ଯ୍ୟାୟରେ ନାମଲେଖା ପ୍ରକ୍ରିୟା ଶେଷ କରିବାକୁ ନିଷ୍ପତ୍ତି

କନକ ବ୍ୟୁରୋ : ଓଡ଼ିଶାରେ ଥିବା ୨୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମଲେଖା ଜୁନ୍‌ ୧୮ ତାରିଖ (ଗୁରୁବାର)ରୁ ଆରମ୍ଭ ହେବ। ୪ଟି ପର୍ଯ୍ୟାୟରେ ଏହି ନାମଲେଖା ପ୍ରକ୍ରିୟା ଶେଷ କରିବାକୁ ନିଷ୍ପତ୍ତି ହୋଇଛି। ୬ଷ୍ଠ ଶ୍ରେଣୀରେ ନାମଲେଖା ହେବାକୁ ଥିବା ବେଳେ ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀ ପାଇଁ ଲାଟେରାଲ ଏଣ୍ଟ୍ରି ମାଧ୍ୟମରେ ନାମଲେଖା କରାଯିବ। ନାମଲେଖା ଲାଗି ପୂର୍ବରୁ ଅନୁଷ୍ଠିତ‌ ହୋଇଥିବା ପ୍ରବେଶିକା ପରୀକ୍ଷାର ଉତ୍ତର ଖାତାଗୁଡ଼ିକ ମୂଲ୍ୟାୟନ ଇତି ମଧ୍ୟରେ ଶେଷ ହୋଇଛି। ମେଧାବୀ ତାଲିକା ଓ ଅପେକ୍ଷାରତ(ୱେଟିଂ ଲିଷ୍ଟ) ଛାତ୍ରଛାତ୍ରୀଙ୍କ ତାଲିକା ଜିଲ୍ଲାପାଳ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଚେୟାରମ୍ୟାନଙ୍କ ଦ୍ୱାରା ଜିଲ୍ଲାସ୍ତରରେ ଅନୁମୋଦିତ ହୋଇସାରିଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଲିଙ୍ଗରାଜ ପଣ୍ଡା ସୂଚନା ଦେଇଛନ୍ତି।

ମେଧାବୀ ତାଲିକା ଅନୁଯାୟୀ ଓ ଲାଟେରାଲ ଏଣ୍ଟ୍ରି ଛାତ୍ରଛାତ୍ରୀଙ୍କ ନାମଲେଖା ଜୁନ୍‌ ୧୮ରୁ ୨୭ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଅପେକ୍ଷାରତ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁନ୍‌ ୨୯ରୁ ଜୁଲାଇ ୪ ମଧ୍ୟରେ କରାଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ଅନୁଯାୟୀ ଜୁଲାଇ ୧୫ ସୁଦ୍ଧା ନାମଲେଖା ଶେଷ ହେବ। ସକାଳ ୭ଟାରୁ ୯ଟା ୩୦ ମଧ୍ୟରେ ନାମଲେଖା‌ ଅନୁଷ୍ଠିତ ହେବ। ଯଦି ଆବଶ୍ୟକ ପଡ଼େ ବିଦ୍ୟାଳୟର ଅଧ୍ୟକ୍ଷମାନେ ଦୁଇଟି ଅଲଗା ଅଲଗା ହଲ୍‌ରେ ନାମଲେଖା ପ୍ରକ୍ରିୟା କରିପାରିବେ। ଗତ ୧୧ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ଏସ୍‌ଓପି(ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର) ମାଧ୍ୟମରେ ନାମଲେଖା କରିବାକୁ ଶ୍ରୀ ପଣ୍ଡା ଆଜି ସମସ୍ତ ୨୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe