ପ୍ରେମ ବିବାହକୁ ନେଇ ମରଣାନ୍ତକ ଆକ୍ରମଣ : ରାତି ଅଧରେ ପୁଅ ଘରେ ପଶି ଝିଅ ଘର ପକ୍ଷରୁ ଆକ୍ରମଣ

303

କନକ ବ୍ୟୁରୋ : ପ୍ରେମ ବିବାହକୁ ନେଇ ମରଣାନ୍ତକ ଆକ୍ରମଣ । ରାତି ଅଧରେ ପୁଅ ଘରେ ପଶି ଆକ୍ରମଣ କରିଛନ୍ତି ଝିଅ ଘର ଲୋକ । ଗୁରତର ଅବସ୍ଥାରେ ୩ଜଣ ମେଡ଼ିକାଲରେ ଭର୍ତି ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ନିମତଇଳା ଗାଁରେ ଏଭଳି ଘଟଣା ଘଟିଛି । ସୁଚନା ଅନୁସାରେ ଗତ ମେ ମାସ ୧୭ ତାରିଖରେ ଏହି ପ୍ରେମ ବିବାହ ହୋଇଥିଲା । ଝିଅ ଘର ଲୋକେ ବିବାହରେ ସହମତି ହୋଇନଥିଲେ । କଥା ଥାନା ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା । ଝିଅ ସ୍ୱାମୀଙ୍କ ସହ ରହିବ ବୋଲି ରୋକଠୋକ ଶୁଣାଇ ଦେଇଥିଲା ।

ନିକଟସ୍ଥ ତରଭା ଫାଣ୍ଡିରେ ସମସ୍ତ ଘଟଣାର ସମାଧାନ ହେବା ପରେ ଝିଅ ଘର ଲୋକ ଫେରି ଯାଇଥିଲେ । ଗତକାଲି ରାତିରେ ହଠାତ୍ ଏକ ବୋଲେରୋ ଗାଡ଼ିରେ ଝିଅ ଘର ଲୋକେ ପୁଅ ପୁଅ ଘରେ ପହଂଚି ଅତର୍କିତ ଆକ୍ରମଣ କରିଛନ୍ତି । ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ଝିଅକୁ ସାଙ୍ଗରେ ନେବାକୁ ଚାହୁଁଥିଲେ । ଏଥିରେ ପୁଅ ଘର ଲୋକ ବାଧା ଦେବାରୁ ଦୁବୃର୍ତ ମାଡ଼ ମାରି ଲହୁ ଲୁହାଣ କରିଥିବା ଅଭିଯୋଗ କରିଛନ୍ତି । ଏପରିକି ବ୍ୟବହୃତ ହୋଇଥିବା ବନ୍ଧୁକ ଘଟଣା ସ୍ଥଳରେ ପଡ଼ିଥିବା ସୂଚନା ମିଳିଛି । ତେବେ ସଦର ଥାନା ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି ।