କନକ ବ୍ୟୁରୋ : ନିଜ ବୟାନରୁ ଓହରିବା ପାଇଁ ନାରାଜ ବିବାଦୀୟ ଇସ୍ରାଏଲ ଫିଲ୍ମ ନିର୍ମାତା ତଥା ଆଇଏଫଏଫଆଇର ଜୁରୀ ମୁଖ୍ୟ ନାଦଭ ଲାପିଡ । ବଲିଉଡ ଫିଲ୍ମ ଦ କଶ୍ମୀର ଫାଇଲ୍ସକୁ ନେଇ ଲାପିଡ ଯେଉଁ ବୟାନ ଦେଇଥିଲେ ଏହାକୁ ସେ ପୁଣି ଥରେ ଦୋହରାଇଛନ୍ତି । ଏକ ସାକ୍ଷାତକାରରେ ନାଦଭ କହିଛନ୍ତି ସେ ତାଙ୍କୁ ଯାହା ଠିକ୍ ଲାଗିଛି ସେ ସେହି କଥା ସର୍ବସମ୍ମୁଖରେ ପ୍ରକାଶ କରିଛନ୍ତି । ଯାହା ପାଇଁ ସେ ଆଦୌ ଅନୁତପ୍ତ ନୁହଁନ୍ତି । ଇସ୍ରାଏଲ ଫିଲ୍ମ ମେକରଙ୍କ ବିବାଦୀୟ ବୟାନକୁ ନେଇ ଦେଶରେ ବିରୋଧ କରାଯାଉଥିବାବେଳେ ଗୋଆରେ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ସେପଟେ ଅଭିନେତ୍ରୀ ସ୍ୱରା ଭାସ୍କର ତାଙ୍କୁ ପୂର୍ଣ୍ଣ ସମର୍ଥନ କରିଛନ୍ତି । ଟୁଇଟ କରି ସ୍ୱରା ଲେଖିଛନ୍ତି ନାଦଭଙ୍କ ଏହି ବୟାନ ସମଗ୍ର ଦୁନିଆ ଆଗକରେ ଏକ ସ୍ପଷ୍ଟ ବାର୍ତା ଦେଇଛି । ସେପଟେ ଜମ୍ମୁକଶ୍ମୀରେ ନାଦଭଙ୍କ ବିରୋଧରେ ବଡ ଧରଣର ପ୍ରଦର୍ଶନ ଆରମ୍ଭ ହୋଇଛି । ବଜରଙ୍ଗ ଦଳ ସମେତ କଶ୍ମୀରପଣ୍ଡିତ ବିକ୍ଷୋଭ କରିଛନ୍ତି ।