ବାଲାକୋଟ୍ ଏୟାର୍ ଆକ୍ରମଣ ପରେ ସରକାର ଏବେ ଶକ୍ତ ପଦକ୍ଷେପ ଉଠାଇବାକୁ ଯାଉଛନ୍ତି । ବ୍ରହ୍ମୋଶ୍ ମିସାଇଲ୍ ର ମାରକ କ୍ଷମତାକୁ ବଢାଇବା ପାଇଁ ସରକାର ଏବେ ଅଣ୍ଟା ଭିଡିଛନ୍ତି । ଏବେ ପର୍ଯ୍ୟନ୍ତ ୨୯୦ କି.ମି. ପର୍ଯ୍ୟନ୍ତ ଲକ୍ଷ ଭେଦ କରୁଥିବା ବ୍ରହ୍ମୋଶ୍ ଏରୋସ୍ପେଶ୍ ର କ୍ଷମତାକୁ ଏବେ ୫୦୦ କି.ମି. ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ତେବେ ଏହା ପୂର୍ବରୁ ସରକାର ବଡ ନିଷ୍ପତ୍ତି ନେଇ ୪୦ ରୁ ଅଧିକ ସୁଖୋଇ ଲଢୁଆ ବିମାନକୁ ବ୍ରହ୍ମୋଶ୍ ସୁପରସୋନିକ୍ କ୍ରୁଜ୍ ମିସାଇଲ୍ ରେ ଲେସ୍ କରିବା ପ୍ରକ୍ରିୟାକୁ ବଢାଇ ଦେଇଛନ୍ତି ।
ବ୍ରହ୍ମୋଶ୍ ଏରୋସ୍ପେଶର ସିଇଓ ସୁଧୀର କୁମାର ମିଶ୍ରା କହିଛନ୍ତି ୫୦୦ କି.ମି. ପର୍ଯ୍ୟନ୍ତ ବଢିଥିବା ରେଞ୍ଜ ସହ ସ୍ୱଦେଶୀ ବ୍ରହ୍ମୋଶ୍ ମିସାଇଲ୍ ର ଉନ୍ନତ ସଂସ୍କରଣ ଆରମ୍ଭ କରିବାକୁ ଯାଉଛନ୍ତି । ମିଶ୍ରା କହିଛନ୍ତି ଯେ ବ୍ରହ୍ମୋଶ୍ ମିଶାଇଲ୍ ର ସୀମା ବଢାଇବା ସମ୍ଭବ କାରଣ ଭାରତ ଏବେ ମିଶାଇଲ୍ ପ୍ରଦ୍ୟୋଗୀ ନିୟନ୍ତ୍ରଣ ବ୍ୟବସ୍ଥାର ଅଂଶ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/07/india-brahmos-a279.jpg)
/kanak/media/post_attachments/wp-content/uploads/2019/07/66427373_238733457082973_3800137126387085178_n-300x300.jpg)
/kanak/media/post_attachments/wp-content/uploads/2019/07/india-brahmos-gettyimages-909296580-5777-300x169.jpg)