କନକ ବ୍ୟୁରୋ : ପାଟଣାଗଡ ପାର୍ସଲ ବୋମାର ରହସ୍ୟମୟ ଅପରାଧ କାହାଣୀରେ ଶେଷରେ ଯବନିକା ପଡିଛି । ଗତ ଦୁଇ ମାସ ଧରି ପୋଲିସ ନାକେଦମ୍ ହୋଇଯାଇଥିଲା, ଏହି ଅପରାଧର ମୂଳରେ ପହଁଚିବାକୁ । ଶେଷରେ ଘରପାଖରେ ଧରାପଡିଲା ଷଡଯନ୍ତ୍ରକାରୀ ଇଂରାଜୀ ଅଧ୍ୟାପକ । ବୋମା ବିସ୍ଫୋରଣରେ ପ୍ରାଣ ହରାଇଥିବା ସୌମ୍ୟଶେଖରଙ୍କ ମାଆ ଯେଉଁ କଲେଜରେ ପ୍ରିନ୍ସିପାଲ୍ ଥିଲେ ସେହି କଲେଜର ଇଂରାଜୀ ଅଧ୍ୟାପକ ପୁଂଜିଲାଲ ମେହେର, ପ୍ରିନ୍ସିପାଲ୍ ହେବାକୁ ଖୁବ୍ ଆଗ୍ରହୀ ଥିଲେ । ଏହାକୁ ନେଇ ଦୀର୍ଘଦିନ ଧରି ବିବାଦ ଥିଲା । ଆଉ ଏହି କାରଣରୁ ପୁଂଜିଲାଲ ଏତେବଡ ଅପରାଧ ଘଟାଇଲେ ବୋଲି ପୋଲିସ କହିଛି ।

Advertisment

publive-imageପୁଞ୍ଜିଲାଲ ମେହେର । ଗାଉଁଲି କଲେଜର ଏହି ଇଂରାଜୀ ଅଧ୍ୟାପକ ଓଡିଶା ଇତିହାସର ସବୁଠୁ ରହସ୍ୟମୟ ହତ୍ୟାକାଣ୍ଡର ମୁଖ୍ୟ ଖଳନାୟକ ବୋଲି ଜଣାପଡିଛି । ପାଟ୍ଟଣାଗଡ ପାର୍ସଲ ବୋମା ବିସ୍ଫୋରଣକୁ ପ୍ରାୟ ୨ ମାସ ଧରି ଦିଗହରା କରିଥିବା ଏହି ଷଡଯନ୍ତ୍ରକାରୀକୁ ଶେଷରେ ଚିହ୍ନି ପାରିଛି ପୋଲିସ । ପୁଞ୍ଜିଲାଲ ହିଁ ପାର୍ସଲରେ ମୃତ୍ୟୁର ବୋମା ପଠାଇ ରକ୍ତର ହୋଲି ଖେଳିଥିବା ନେଇ ମିଳିଛି ସୁରାଗ ।

ବଲାଙ୍ଗିର ଜିଲ୍ଲା ଭଇଁସା କଲେଜରେ ପିଲାଙ୍କୁ ପାଠ ପଢାଉଥିବା ଏହି ଅଧ୍ୟାପକଙ୍କ ଘରୁ ଅଧ ବ୍ୟାଗ ବିସ୍ଫୋରକ ମିଳିବା ପରେ ଏନେଇ ସ୍ପଷ୍ଟ ହୋଇଯାଇଛି କ୍ରାଇମବ୍ରାଂଚ ଏସଆଇଟି । ତାଙ୍କ ଲାପଟପ, ମୋବାଇଲ ଫୋନ ଓ ଟେଲିଫୋନ ଡାଏରୀକୁ ଜବତ କରି ଏହି ରହସ୍ୟମୟ ହତ୍ୟାକାଣ୍ଡର ଭେଦ ଖୋଜିବାକୁ ଉଦ୍ୟମ ଚଳାଇଛି । ଏବେ ତଦନ୍ତ ଟିମର ନଜର କେତୋଟି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ କେନ୍ଦ୍ରୀଭୂତ ହୋଇଛି ।
- ପାର୍ସଲ ଭିତରେ ଉଚ୍ଚ କ୍ଷମତାସଂପନ୍ନ ବୋମା ରଖି କୋରିଅର ଜରିଆରେ ପଠାଇବା
- ପାର୍ସଲଟି ଉପଯୁକ୍ତ ଠିକଣାରେ ପହଂଚିବା ପରେ ଖୋଲିବା ସମୟରେ ହିଁ ବିସ୍ଫୋରଣ
- ଏବଂ ସବୁଠାରୁ ବଡକଥା ହେଉଛି ପରିଚୟ ଗୋପନ ରଖିବାକୁ ରାୟପୁରରୁ ପଠାଇବା

publive-imageଗ୍ରାମାଂଚଳର ଏକ କଲେଜରେ ପାଠ ପଢାଉଥିବା ଜଣେ ଅଧ୍ୟାପକ ଏଭଳି ଏକ ସାଙ୍ଘାତିକ ହତ୍ୟାକାଣ୍ଡର ପ୍ଲଟ ତିଆରି କରିବାରେ ଆଉ କେଉଁମାନେ ସହାୟତା କରିଛନ୍ତି ତାର ଚେର ଖୋଜୁଛି କ୍ରାଇମବ୍ରାଂଚ ପୋଲିସ । କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ଅସହିଷ୍ଣୁତା କିଭଳି ସାଙ୍ଘାତିକ ରୂପ ନେଇପାରେ ତାହାର ପ୍ରମାଣ ଦେଖିବାକୁ ମିଳିଛି । ଉପହାର ଭିରତରେ ମୃତ୍ୟୁ ପଠାଇ ବୋଧହୁଏ ପୁରା ପରିବାକୁ ଶେଷ କରିଦେବାକୁ ହୋଇଥିଲା ଷଡଯନ୍ତ୍ର । ଯେଉଁଥିରେ ଜଣେ ୫ ଦିନର ସଧବା ମୁଣ୍ଡରୁ ସିନ୍ଦୁର ଲିଭିଯାଇଛି । ପରିଣତ ବୟସରେ ବାପା ମାଆଙ୍କଠାରୁ ଛଡାଇ ନେଇଛି ସବୁ ସୁଖ ।

କିଭଳି ଥିଲା ଏହି ହତ୍ୟାକାଣ୍ଡର ପୁରା ପ୍ରକ୍ରିୟା ଏବଂ ହତ୍ୟା ପଛରେ ପାରିବର ସହ ପୁଞ୍ଜିଲାଲଙ୍କ ବିବାଦ ନା ଆଉକିଛି କାରଣ ରହିଛି ସେନେଇ ଦିନେ ଦୁଇଦିନ ଭିତରେ ଖୁଲାସା କରିବ କ୍ରାଇମବ୍ରାଂଚ ପୋଲିସ ।