କନକ ବ୍ୟୁରୋ: ଇଟାଲିରେ ‘ଇଂଲିଶ’ ମନା ! ଆପଣ ଏହା ଶୁଣିଲେ ଟିକିଏ ତାଜୁବ ହେବେ ସତ । କିନ୍ତୁ ଏହା ସତ । ଯେତେବେଳେ ସାରା ବିଶ୍ୱରେ ଅଧିକାଂଶ ଲୋକ ଇଂରାଜୀରେ କଥାବାର୍ତା କରୁଛନ୍ତି, ଆଉ ଯୋଗାଯୋଗ ପାଇଁ ଇଂଲିଶ ଗୋଟିଏ ବଡ ମାଧ୍ୟମ । ସେହି ସମୟରେ ଇଟାଲି ସରକାର ଏଭଳି ଏକ ନିଷ୍ପତି ନେଇଛନ୍ତି । ଆଉ ସଂସଦରେ ଏ ନେଇ ଏକ ପ୍ରସ୍ତାବ ଆଗତ ହୋଇଛି । ବିତର୍କ ପରେ ଚୂଡାନ୍ତ ନିଷ୍ପତି ଆସିବ । ସରକାର ଦାବି କରିଛନ୍ତି ଯେ ଇଂଲିଶ ହେଉଛି ଏକ ବିଦେଶୀ ଭାଷା । ଏହି ଭାଷା ଇଟାଲିରେ ବ୍ୟବହାର ହୋଇପାରିବ ନାହିଁ । ଯିଏ ବ୍ୟବହାର କରିବେ ତାଙ୍କ ବିରୋଧରେ ଜରିମାନା ଲଗାଯିବ । ଏହି ବିଲକୁ ଆଗତ କରିଛନ୍ତି ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନିଙ୍କ ବ୍ରଦର୍ସ ଅଫ୍ ଇଟାଲି ପାର୍ଟି । ସିଏନଏନର ରିପୋର୍ଟ ଅନୁଯାୟୀ ଯଦି ଅଫିସିଆଲ କମ୍ୟୁନିକେସନ ବେଳେ ଇଂରାଜୀ ଭାଷା ବ୍ୟବହାର କରିବେ ତାହେଲେ ଜଣେ ବ୍ୟକ୍ତି ୧ ଲକ୍ଷ ୟୁରୋ ବା ଭାରତୀୟ ମୁଦ୍ରାରେ ୯୦ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ହେବ ।

Advertisment

ଇଂଲିଶ ବ୍ୟାନ୍ ପଛର ତର୍କ

ଇଟାଲୀ ଚାମ୍ବର ଅଫ୍ ଡେପୁଟି (ଲୋୟର ହାଉସ୍)ରେ ବିଲ୍ ଆଗତ ହୋଇଛି
ଫୋବିଓ ରାମ୍ପେଲି ଏହି ବିଲ୍ ଆଗତ କରିଛନ୍ତି
ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଏହାକୁ ସମର୍ଥନ କରିଛନ୍ତି
ସରକାରୀ ଡକ୍ୟୁମେଂଟରେ ଇଂରାଜୀ ବ୍ୟବହାର ଉପରେ ପ୍ରତିବନ୍ଧକ
'ଏଙ୍ଗେ୍ଲାମାନିଆ' ଶବ୍ଦର ବ୍ୟବହାର ଉପରେ ଇଂଲିଶ ଆଧାରିତ
ଏହା ଇଟାଲୀ ଭାଷାକୁ ଅପମାନିତ କରିଥାଏ
ବ୍ରିଟେନ ଆଉ ୟୁରୋପୀୟ ୟୁନିଅନର ଅଂଶ ହୋଇନାହିଁ
ତେଣୁ ଇଂଲିଶ ବ୍ୟବହାର ହେବା ଦରକାର ନାହିଁ
ବିଲକୁ ନେଇ ଇଟାଲୀ ସଂସଦରେ ବିତର୍କ ହେବ
ସମର୍ଥନ ପାଇବା ପରେ ଏହା ପାରିତ ହେବ