ଇଂଲଣ୍ଡକୁ ଝଟକା: ଟି-୨୦ ବିଶ୍ୱକପରୁ ବାଦ ପଡିଲେ ସାମ କୁରାନ 

184

କନକ ବ୍ୟୁରୋ: ଟି-୨୦ ବିଶ୍ୱକପରେ ଇଂଲଣ୍ଡକୁ ବଡ ଝଟକା ଲାଗିଛି । ଆଗାମୀ ଟି୨୦ ବିଶ୍ୱକପରେ ଖେଳିବେନି ଇଂଲଣ୍ଡର ଅଲରାଉଣ୍ଡର ସାମ କୁରାନ । ଆହତ ସମସ୍ୟା ଯୋଗୁଁ ଟି-୨୦ ବିଶ୍ୱକପରୁ ବାଦ ପଡିଛନ୍ତି ଇଂଲଣ୍ଡର ଏହି ଯୁବ ଅଲରାଉଣ୍ଡର । ତେବେ ଏଭଳି ଜଣେ ଦୁର୍ଦ୍ଦଶ ଅଲରାଉଣ୍ଡରଙ୍କ ଅନୁପସ୍ଥିତି ଦଳ ପାଇଁ ବଡ କ୍ଷତି ହୋଇପାରେ ।

ବର୍ତ୍ତମାନ ଆଇପିଏଲରେ ଚେନ୍ନାଇ ପକ୍ଷରୁ ଖେଳୁଛନ୍ତି ସାମ କୁରାନ । ରାଜସ୍ଥାନ ବିପକ୍ଷ ମ୍ୟାଚରେ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ ସାମ କୁରାନ । ତେବେ ସାମ କୁରାନ ଚିକିତ୍ସା ପାଇଁ ଶୀଘ୍ର ଇଂଲଣ୍ଡ ଫେରିଯିବେ । ଇଂଲଣ୍ଡ କ୍ରିକେଟ ବୋର୍ଡର ଡାକ୍ତରୀ ଟିମ ତାଙ୍କ ଚିକିତ୍ସା କରିବେ ।

ସାମ କୁରାନ ଦଳରୁ ବାଦ ପଡିବା ପରେ ତାଙ୍କ ସ୍ଥାନରେ ତାଙ୍କ ଭାଇ ଟମ କୁରାନଙ୍କୁ ଦଳରେ ସ୍ଥାନ ମିଳିଛି । ଟି-୨୦ ଆସନ୍ତା ୧୭ ତାରିଖରେ ହେବାକୁ ଯାଉଛି । ଇଂଲଣ୍ଡ ୨୨ ତାରିଖରେ ପ୍ରଥମେ ୱେଷ୍ଟଇଣ୍ଡିଜ ସହ ମୁହାଁମୁହିଁ ହେବ ।