ଭାରତ-ଇଂଲଣ୍ଡ ଶେଷ ଦିନିକିଆ । ଟସ୍ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଟିମ ଇଣ୍ଡିଆ ।

107

କନକ ବ୍ୟୁରୋ: ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଶେଷ ଦିନିକିଆ । ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମେ ଟସ୍ ଜିତି ବୋଲିଂ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ଏବେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ଆଜିର ମ୍ୟାଚ ଉଭୟ ଦଳ ପାଇଁ ନିର୍ଣ୍ଣାୟକ ହେବ । ଏହି ୩ଟିକିଆ ମ୍ୟାଚ ବିଶିଷ୍ଟ ସିରିଜ ଏବେ ୧-୧ରେ ବରାବର ରହିଛି । ତେଣୁ ଆଜିର ମ୍ୟାଚରେ ଉଭୟ ଦଳ ଜିତିବାକୁ ଚେଷ୍ଟା କରିବେ ।

ଦ୍ୱିତୀୟ ଦିନିକିଆରେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ମାନେ ଚମତ୍କାର ବ୍ୟାଟିଂ କରିଥିଲେ । ଏହାକୁ ଦେଖିଲେ ଜଣାପଡୁଛି ଇଂଲଣ୍ଡ ଦଳ ପୂରା ଫର୍ମରେ ରହିଛି । ସେପଟେ ଭାରତୀୟ ବ୍ୟାଟ୍ସମ୍ୟାନ ମାନେ ମଧ୍ୟ ଫର୍ମରେ ରହିଛନ୍ତି । ହେଲେ ଆଜି ବୋଲରମାନଙ୍କୁ କିଛି ଚମତ୍କାର କରିବାକୁ ପଡିବ ।