ଭାରତ-ଇଂଲଣ୍ଡ ଶେଷ ଟି-୨୦ ମ୍ୟାଚ । ଟସ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଟିମ ଇଣ୍ଡିଆ । 

73

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ମଧ୍ୟରେ ଆଜି ଶେଷ ଟି-୨୦ ମ୍ୟାଚ ଅନୁଷ୍ଠିତ ହୋଇଛି । ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ଏବେ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ଏହି ସିରିଜ ଆଜି ଉଭୟ ଦଳ ପାଇଁ ନିର୍ଣ୍ଣାୟକ ରହିବ । ଏହି ସିରିଜ ୨-୨ରେ ବରାବର ରହିଛି ।

ଏହି ମ୍ୟାଚ ଯେଉଁ ଦଳ ବିଜୟୀ ହେବ ସେହି ଦଳ ସିରିଜ ଅକ୍ତିଆର କରିବ । ତେଣୁ ଉଭୟ ଦଳ ପୂରା ଦମର ସହ ମୈଦାନକୁ ଓହ୍ଲାଇବେ । ଆଜିର ମ୍ୟାଚରେ କଡା ଟକ୍କର ହେବ ବୋଲି କୁହାଯାଉଛି । ଭାରତୀୟ ଦଳରେ ବିରାଟ କୋହଲି, ରୋହିତ ଶର୍ମା ଓ ରିଷବ ପନ୍ତଙ୍କ ଭଳି ବ୍ୟାଟ୍ସମ୍ୟାନ ରହିଛନ୍ତି ।