ପ୍ରଥମ ଟି-୨୦ରେ ଭାରତ ପରାସ୍ତ । ବିଜୟରୁ ଅଭିଯାନ ଆରମ୍ଭ କଲା ଇଂଲଣ୍ଡ । ୮ ୱିକେଟରେ ଇଂଲଣ୍ଡ ବିଜୟୀ

140

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଇଂଲଣ୍ଡ ଦଳ । ଏହି ମ୍ୟାଚରେ ଇଂଲଣ୍ଡ ୮ ୱିକେଟରେ ବିଜୟ ଲାଭ କରିଛି । ଏହି ମ୍ୟାଚରେ ଇଂଲଣ୍ଡ ଚମତ୍କାର ପ୍ରଦର୍ଶନ କରିଥିବା ନଜର ଆସିଛି । ବିଜୟ ସହ ଏବେ ଇଂଲଣ୍ଡ ୧-୦ରେ ଆଗୁଆ ରହିଛି ।

ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଭାରତ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା । ଆରମ୍ଭରୁ ହିଁ ଇଂଲଣ୍ଡ ଚମତ୍କାର ବୋଲିଂ କରିଥିଲା । ଭାରତ ପକ୍ଷର ଶ୍ରେୟାସ ଆୟର ୬୭, ରିଷବ ପନ୍ତ ୨୧ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୯ ରନ କରିଥିଲେ । ସେହିପରି ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ୩ଟି, ଆଦିଲ ରସିଦ, ମାର୍କ ଉଡ, କ୍ରିସ ଜୋର୍ଡାନ ଓ ବେନ ଷ୍ଟ୍ରୋକ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ । ଫଳରେ ଭାରତ ୨୦ ଓଭରରେ ୭ ୱିକେଟ ହରାଇ ୧୨୪ ରନ କରିଥିଲା ।

ପରେ ୧୨୫ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ଇଂଲଣ୍ଡ ଦଳ । ଆରମ୍ଭରୁ ଚମତ୍କାର ପ୍ରଦର୍ଶନ କରିଥିଲା ଇଂଲଣ୍ଡ । ଇଂଲଣ୍ଡ ପକ୍ଷରୁ ଜାସନ ଋଶ ୪୯ ରନ, ବେୟାଷ୍ଟୋ ୨୬ ରନ, ବଟଲର ୨୮ ରନ ଓ ଡେଭିଡ ମାଲାନ ୨୪ ରନ କରିଥିଲେ । ଫଳରେ ଦଳ ୧୫ ଓଭର ୩ଟି ବଲ ଖେଳି ୨ ୱିକେଟ ହରାଇ ଏହି ବିଜୟ ଲକ୍ଷ୍ୟ ହାସଲ କରିଥିଲା ।