ଟିମ୍ ଇଣ୍ଡିଆକୁ ମ୍ୟାଚ୍ ପୂର୍ବରୁ ହାରିବାକୁ ପ୍ରସ୍ତାବ ଦେଲା ଇଂଲଣ୍ଡ କ୍ରିକେଟ୍ ବୋର୍ଡ । ପଢନ୍ତୁ, କଣ କହିଲେ କୋହଲି-ରୋହିତ…

3,334

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ଭିତରେ ହେବାକୁ ଥିବା ପଞ୍ଚମ ଟେଷ୍ଟ ଖେଳାଯିବ କି ନାହିଁ , ତାହା ଏବେ ବି ଆଶା ଆଶଙ୍କା ଭିତରେ ରହିଛି । ମ୍ୟାଚର ଠିକ୍ ଗୋଟିଏ ଦିନ ପୂର୍ବରୁ ଟିମ୍ ଇଣ୍ଡିଆର ଜଣେ ସପୋର୍ଟ ଷ୍ଟାଫ୍ ପଜିଟିଭ୍ ଚିହ୍ନଟ ହେବା ଏହି ମ୍ୟାଚ୍ ଉପରେ କଳାବାଦଲ ଢାଙ୍କି ଦେଇଛି । ଆଉ ଏହାପରେ ଇଂଲଣ୍ଡ କ୍ରିକେଟ୍ ବୋର୍ଡ, ବିସିସିଆଇକୁ ଏକ ଅଜବ ଅଫର ଦେଇଛି ।

ମିଡିଆ ରିପୋର୍ଟସ ମୁତାବକ, ଇଂଲଣ୍ଡ କ୍ରିକେଟ୍ ବୋର୍ଡ ବିସିସିଆଇକୁ ଏହି ପଞ୍ଚମ ଟେଷ୍ଟ ମ୍ୟାଚ୍ ୱାକଓଭର ଦେବାକୁ ପ୍ରସ୍ତାବ ଦେଇଛି । ହେଲେ ଏହି ପ୍ରସ୍ତାବକୁ ଗ୍ରହଣ କରିବାକୁ ସିଧାସିଧା ମନା କରିଦେଇଛି ବିସିସିଆଇ । ଏପରିକି ଏ ସମ୍ବନ୍ଧରେ ବିସିସିଆଇ ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମାଙ୍କ ସହିତ ଆଲୋଚନା କରିଥିବାବେଳେ , ସେମାନେ ମଧ୍ୟ ଏହି ଅଫରକୁ ସିଧାସିଧା ମନା କରିଦେଇଛନ୍ତି ।

ଭାରତୀୟ କ୍ରିକେଟ ଦଳର ସପୋର୍ଟ ଷ୍ଟାଫ୍ ଯୋଗେଶ ପରମାର ଆଜି କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯେଉଁଥିପାଇଁ ଏବେ ସମସ୍ତ ଭାରତୀୟ ଖେଳାଳିଙ୍କୁ ସଙ୍ଗରୋଧରେ ରଖାଯିବା ସହିତ ସେମାନଙ୍କର କୋଭିଡ୍ ଟେଷ୍ଟ କରାଯାଉଛି । ଯଦି ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିବ ତେବେ ଯାଇ ପଞ୍ଚମ ଟେଷ୍ଟ ଖେଳାଯାଇପାରିବ । ନଚେତ୍ ପଞ୍ଚମ ଟେଷ୍ଟ ମ୍ୟାଚ୍ ଆୟୋଜନ କଷ୍ଟକର ହୋଇପାରେ । ଏପରି ସ୍ଥିତିରେ ମାଞ୍ଚେଷ୍ଟର ଟେଷ୍ଟର ଭବିଷ୍ୟତ କଣ ହେଉଛି ତାହା ଏବେ ପ୍ରଶ୍ନବାଚୀ । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ମଧ୍ୟ ଏହି ଘଟଣାରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦେଇପାରିନାହାଁନ୍ତି । ଯଦି ସିରିଜର ଏହି ମ୍ୟାଚ୍ ନଖେଳାଯାଏ ତେବେ ୨-୧ରେ ଆଗୁଆ ରହିଥିଲେ ମଧ୍ୟ ଭାରତକୁ ବିଜେତା ଘୋଷଣା କରାଯିବ ନାହିଁ । ଏହି ମ୍ୟାଚ୍ ଖେଳାଯାଇ ସରିବା ପରେ ହିଁ ସିରିଜର ବିଜେତା ଟିମ ଘୋଷଣା କରାଯିବ ।