କନକ ବ୍ୟୁରୋ: ବିଶ୍ୱକପରେ ଆଜି ଦେଖିବାକୁ ମିଳିବ ଆଉ ଏକ ହାଇଭୋଲଟେଜ୍ ମ୍ୟାଚ୍ । ନ୍ୟୁଜିଲାଣ୍ଡକୁ ଟକ୍କର ଦେବ ବିଶ୍ୱକପ୍ ଆୟୋଜକ ଇଂଲଣ୍ଡ । ସେମି ଫାଇନାଲ ଯୋଗ୍ୟତା ହାସଲ ପାଇଁ ଦୁୁଇ ଦଳ ପାଇଁ ଆବଶ୍ୟକ ଗୋଟିଏ ବିଜୟ । ୧୧ ପଏଂଟ ସହ ନ୍ୟୁଜିଲାଣ୍ଡ ପଏଂଟ ଟେବୁଲର ତୃତୀୟ ସ୍ଥାନରେ ଥିବା ବେଳେ ୧୦ ପଏଂଟ ସହ ଇଂଲଣ୍ଡ ରହିଛି ଚତୁର୍ଥ ସ୍ଥାନରେ । ଆଜିର ମ୍ୟାଚର ବିଜେତା ଦଳ ସିଧାସଳଖ ସେମି ଯୋଗ୍ୟତା ହାସଲ କରିନେବ ।

Advertisment

publive-image

ତେବେ ଆଗକୁ ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ରହିଛି । ୯ ପଏଂଟ ହାସଲ କରିଥିବା ପାକିସ୍ତାନ ବାଂଲାଟିମ୍ ବିପକ୍ଷରେ ବିଜୟ ହାସଲ କଲେ ଦଳ ୧୧ ପଏଂଟ ହାସଲ କରିନେବ । ଫଳରେ ନ୍ୟୁଜିଲାଣ୍ଡକୁ ଏପରି ସ୍ଥିତିରେ ୧୧ ପଏଂଟରେ ପାକିସ୍ତାନ ସହିତ ସଂଘର୍ଷ କରିବାକୁ ପଡିବ । ରେନ୍ ରେଟ୍ ଯାହାର ଅଧିକ ରହିବ , ସେହି ଟିମ୍ ଯିବ ସେମିକୁ । ଏଭଳି ଏକ ଜଟିଳ ଗଣିତ ଭିତରେ ଘରୋଇ ମାଟିରେ ଏଥର ବିଶ୍ୱକପ୍ ଖେଳୁଥିବା ଇଂଲଣ୍ଡକୁ କିନ୍ତୁ ଘାରିଛି ପ୍ରଦର୍ଶନ ଚିନ୍ତା ।

publive-image image courtesy - AS English - Diario AS

ତେବେ ଏଥର ଇଅନ୍ ମୋର୍ଗାନଙ୍କ ଟିମକୁ ଘାରିଛି ୨୦୧୫ ବିଶ୍ୱକପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜୟର ଭୟ । ସେତେବଳେ ୧୭ ରନରେ ୯ଟି ୱିକେଟ ହରାଇଥିବା ଇଂଲଣ୍ଡ ନ୍ୟୁଜିଲାଣ୍ଡ ବିପକ୍ଷରେ ମାତ୍ର ୧୨୩ ରନରେ ଅଲଆଉଟ୍ ହୋଇଥିଲା । ଯାହାକୁ ନ୍ୟୁଜିଲାଣ୍ଡ ମାତ୍ର ୧୨ ଓଭର ୨ ଟି ବଲରୁ ହାସଲ କରିନେଇଥିଲା । ମାତ୍ର ୪୫ ଓଭରରେ ଆସିଯାଇଥିଲା ଫଳାଫଳ । ବିଶ୍ୱକପ୍ ରେ ରେକର୍ଡ ବି ରହିଛି ନ୍ୟୁଜିଲାଣ୍ଡ ସପକ୍ଷରେ । ଉଭୟ ଟିମ୍ ମଧ୍ୟରେ ଖେଳାଯାଇଛି ୮ଟି ମ୍ୟାଚ୍ । ଏଥିରୁ ନ୍ୟୁଜିଲାଣ୍ଡ ୫ଟି ଓ ଇଂଲଣ୍ଡ ଜିତିଛି ମାତ୍ର ୩ ଟି ମ୍ୟାଚ୍ ।