କନକ ବ୍ୟୁରୋ: ଇଂଲଣ୍ଡ ଆକାଶରେ ଆହତ ବାଦଲ । ଚଳିତ ବିଶ୍ୱକପରେ ଇଂଲଣ୍ଡ ପାଇଁ ଅଡୁଆ ବଢାଇବ ଆହତ ସମସ୍ୟା । ଦଳ ସେମି ଫାଇନାଲ ଯୋଗ୍ୟତା ପାଇଁ ସଂଘର୍ଷ କରୁଥିବା ବେଳେ ଦଳର ଦୁଇ ପ୍ରମୁଖ ଖେଳାଳି ଭାରତ ବିପକ୍ଷ ମ୍ୟାଚ ଆଗରୁ ଆହତ ସମସ୍ୟାରେ ଅଛନ୍ତି । ସୂଚନା ଅନୁସାରେ ଇଂଲଣ୍ଡର ବିସ୍ଫୋରକ ଓପନର ଜାସନ ରୟ ମୁଖ୍ୟ ପେସ୍ ବୋଲର ଜୋଫ୍ରା ଆର୍ଚର ଆହତ ହୋଇଛନ୍ତି ।

Advertisment

publive-image

ଗତକାଲି ଏଜବାଷ୍ଟନରେ ଅଭ୍ୟାସ କରିଥିଲା ଇଂଲଣ୍ଡ । କିନ୍ତୁ ନେଟସରେ ବୋଲିଂ ବେଳେ ଜୋଫ୍ରା ଆର୍ଚର ଆହତ ହୋଇଥିବା ଜଣାପଡିଥିଲା । ମାତ୍ର ୩ଟି ବଲ ପକାଇ ଆଉ ପରବର୍ତ୍ତୀ ବଲ ପକାଇ ପାରିନଥିଲେ ଜୋଫ୍ରା । ଅନେକ ସମୟ ଧରି ଟିମ୍ ଡାକ୍ତର ତାଙ୍କର ଚିକିତ୍ସା କରୁଥିଲେ ।

publive-image

ତେବେ ଭାରତ ବିପକ୍ଷ ମ୍ୟାଚ ଆଗରୁ ଏହି ୨ ଖେଳାଳିଙ୍କ ଆହତ ନେଇ ଇଂଲଣ୍ଡ କ୍ୟାପଟେନ ଇଅନ ମୋର୍ଗାନ ସ୍ପଷ୍ଟ କରିଛନ୍ତି । ମୋର୍ଗାନଙ୍କ କହିବା କଥା ଯଦି ଆଜି ସେମାନେ ଫିଟ୍ ହୁଅନ୍ତି ତେବେ ସେମାନେ ପଡିଆକୁ ଓହ୍ଲାଇବେ । ଆଉ ଯଦି ଉଭୟ ଖେଳାଳି ଆଜି ମ୍ୟାଚରୁ ବାଦ ପଡନ୍ତି ତେବେ ଇଂଲଣ୍ଡ ପାଇଁ ଏହା ଭାରି ପଡିବ, ଆଉ ଭାରତ ପାଇଁ ଫୁଲ ଫାଇଦା ହେବ ।