କନକ ବ୍ୟୁରୋ : ୭ ମିନିଟରେ ହେବ କ୍ୟାନସର କିଚିତ୍ସା । ବ୍ରିଟେନ୍ ବିଶ୍ୱର ପ୍ରଥମ ଦେଶ ଭାବେ ଏପରି ଏକ ଚିକିତ୍ସା ପ୍ରଣାଳୀ ବାହାର କରିଛି । ଦେଶର ନ୍ୟାସନାଲ ହେଲ୍ଥ ସର୍ଭିସ୍ ବା ଜାତୀୟ ସ୍ୱାସ୍ଥ୍ୟ ସେବା ଏପରି ଏକ ଇନଞ୍ଜେକ୍ସନ ଆଣିଛି ଯାହା ମାତ୍ର ୭ ମିନିଟରେ କ୍ୟାନସର ଚିକିତ୍ସା କରିବ ବୋଲି ଦାବି କରିଛି । ବ୍ରିଟେନର ମେଡିସିନ୍ ଆଣ୍ଡ ହେଲ୍ଥକେୟାର ରେଗୁଲେଟୋରୀ ଏଜେନ୍ସିର ଅନୁମୋଦନ ପରେ ଜାତୀୟ ସ୍ୱାସ୍ଥ୍ୟ ସେବା ମଙ୍ଗଳବାର ଏହି ଘୋଷଣା କରିଛି ।

Advertisment

ଚିକିତ୍ସା ପାଇଁ ଯେଉଁ ଇନଜେକ୍ସନ୍ ପ୍ରସ୍ତୁତ ହୋଇଛି ତାହା କ୍ୟାନସର ରୋଗୀଙ୍କୁ ଚର୍ମ ତଳେ ଦିଆଯିବ । ଯାହା କ୍ୟାନସର ଚିକିତ୍ସା ପ୍ରଣାଳୀର ସମୟକୁ କମାଇଦେବ । ଏହି ଚିକିତ୍ସା ପ୍ରଣାଳୀରେ ରୋଗୀଙ୍କୁ ଶୀଘ୍ର ଚିକିତ୍ସା ଯୋଗାଇ ଦିଆଯିବା ସହ କମ୍ ସମୟରେ ଅଧିକ ରୋଗୀ ସେବା ହୋଇପାରିବ ବୋଲି ଦାବି କରିଛି ଏନଏଚଏସ୍ । କ୍ୟାନସର ରୋଗୀଙ୍କୁ ଯେଉଁ ଇନଞ୍ଜେକ୍ସନ ଦିଆଯାଏ, ତାହା ଭେନ୍ ଜରିଆରେ ଦିଆଯାଇଥାଏ । ଏହି ପ୍ରଣାଳୀ ପ୍ରାୟ ଅଧଘଣ୍ଟାରୁ ଘଣ୍ଟାଏ ସମୟ ଲାଗିଥାଏ । ମାତ୍ର ଏନ୍ଏସ୍ଏ ଦ୍ୱାରା ବାହାର କରାଯାଇଥିବା ଏହି ପ୍ରଣାଳୀରେ ରୋଗୀଙ୍କୁ ଚର୍ମ ତଳେ ଇନଞ୍ଜେକ୍ସନ ଦିଆଯିବ । ଆଉ ଏଥିରେ କେବଳ ୭ ମିନିଟ୍ ହିଁ ସମୟ ଲାଗିବ ।

ଏହି ଇନଞ୍ଜେକ୍ସନର ନାମ ହେଉଛି – ଏଟିଜୋଲିଜୁମାବ (Atezolizumab) । ଏହାକୁ ଜେନେଟେକ୍ କମ୍ପାନୀ ପ୍ରସ୍ତୁତ କରିଛି । ଏହି ଇନଜେକ୍ସନ୍ ଶରୀରର ରୋଗ ପ୍ରତିରୋଧକ ବଢାଇବା ସହ କ୍ୟାନସର ସେଲ୍କୁ ନଷ୍ଟ କରିଦେବ । ଏବେ ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା କ୍ୟାନସର ରୋଗୀଙ୍କ ଠାରେ ଏଭଳି ଚିକିତ୍ସା ପ୍ରଣାଳୀ ପ୍ରୟୋଗ କରିବା ଆରମ୍ଭ କରି ଦେଇଛି । ବିଶେଷ କରି ଫୁସଫୁସ୍, ସ୍ତନ, ଯକୃତ ଓ ମୁତ୍ରାସୟ କର୍କଟ ରୋଗୀଙ୍କ ଠାରେ ଏହି ୭ ମିନିଟ୍ ଚିକିତ୍ସା ପ୍ରଣାଳୀ ପ୍ରୟୋଗ କରାଯାଇଛି ।

୭ ମିନିଟରେ କ୍ୟାନସର ଚିକିତ୍ସା

- ବ୍ରିଟେନ୍ ସ୍ୱାସ୍ଥ୍ୟ ବିଭାଗର ବଡ଼ ଘୋଷଣା
- ୭ ମିନିଟରେ ହୋଇ ପାରିବ କ୍ୟାନସର୍ ଚିକିତ୍ସା
- ଏଥିରେ କମ୍ ସମୟରେ ଅଧିକ ରୋଗୀଙ୍କ ଚିକିତ୍ସା ହୋଇପାରିବ
- କ୍ୟାନସର ରୋଗୀଙ୍କ ପାଇଁ ନୂଆ ଇନଞ୍ଜେକ୍ସନ ଆଣିଛି ଏନ୍ଏଚ୍ଏସ୍
- ଏହି ଇନଞ୍ଜେକ୍ସନ ରୋଗୀଙ୍କ ଚର୍ମ ତଳେ ଦିଆଯିବ
- ଇନଞ୍ଜେକ୍ସନ ଦେବା ପାଇଁ ମାତ୍ର ୭ ମିନିଟ୍ ଲାଗିବ
- ଇନଞ୍ଜେକ୍ସନର ନାମ ହେଉଛି – ଏଟିଜୋଲିଜୁମାବ
- ଏହି ଇନଜେକ୍ସନ୍ ଶରୀରର ରୋଗ ପ୍ରତିରୋଧକ ବଢାଇବ
- କ୍ୟାନସର ସେଲକୁ ନଷ୍ଟ କରିବ ଏହି ଇନଜେକ୍ସନ୍